centurian jitm

ପାକିସ୍ତାନର ସମନ୍ୱିତ କୁପ୍ରଚାର ଅଭିଯାନକୁ ନଷ୍ଟ କଲା ଭାରତ

nschool
  • ପାକିସ୍ତାନ ପ୍ରାୟୋଜିତ ଜାଲ୍ ସମାଚାର ନେଟୱର୍କକୁ ବ୍ଲକ୍ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
  • ୨୦ଟି ୟୁଟ୍ୟୁବ ଚ୍ୟାନେଲ, ୨ଟି ୱେବସାଇଟ୍‌କୁ ଭାରତ ବିରୋଧୀ କୁପ୍ରଚାର ପାଇଁ ବ୍ଲକ୍ କରାଯାଇଛି

ନୂଆଦିଲ୍ଲୀ, (ପିଆଇବି) : ଇଣ୍ଟେଲିଜେନ୍ସ ଏଜେନ୍ସି ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ଏକ ସମଦ୍ୱିତ ପ୍ରୟାସ କ୍ରମେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ଦିନ ଇଣ୍ଟରନେଟରେ ଭାରତ ବିରୋଧୀ ପ୍ରଚାର ଏବଂ ଜାଲ୍ ଖବର ପ୍ରସାରଣ କରୁଥିବା ୨୦ ଟି ୟୁଟ୍ୟୁବ ଚ୍ୟାନେଲ୍ ଓ ୨ଟି ୱେବସାଇଟକୁ ବ୍ଲକ୍ କରିବାର ଆଦେଶ ଦେଇଛନ୍ତି । ମନ୍ତ୍ରଣାଳୟ ଦୁଇଟି ଭିନ୍ନ ଭିନ୍ନ ପତ୍ର ମାଧ୍ୟମରେ – ଗୋଟିକରେ ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିବା ପାଇଁ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଛି ଓ ଅନ୍ୟଟିରେ ୨ଟି ସମାଚାର ୱେବସାଇଟକୁ ବ୍ଲକ କରିବା ପାଇଁ ଦୂରସଞ୍ଚାର ବିଭାଗକୁ ଅନୁରୋଧ କରିଛନ୍ତି ।
ଏହି ଚ୍ୟାନେଲ ଏବଂ ୱେବସାଇଟ ଗୁଡ଼ିକ ପାକିସ୍ତାନରୁ ପରିଚାଳିତ ଏକ ସମନ୍ବିତ କୁପ୍ରଚାର ନେଟୱର୍କ ସହିତ ସମ୍ବନ୍ଧିତ ଅଟେ ଏବଂ ଭାରତ ସମ୍ବନ୍ଧିତ ବିଭିନ୍ନ ସମ୍ବେଦନଶୀଳ ଖବର ବିଷୟରେ ଏଗୁଡିକ ଜାଲ୍ ଖବର ପ୍ରସାରଣ କରୁଛନ୍ତି । ଏହି ଚ୍ୟାନେଲର ଉପଯୋଗ କାଶ୍ମୀର, ଭାରତୀୟ ସେନା, ଭାରତର ସଂଖ୍ୟାଲଘୁ ସମୁଦାୟ, ରାମ ମନ୍ଦିର, ଜେନେରାଲ୍ ବିପିନ ରାୱତଙ୍କ ପରି ବିଷୟରେ ବିଭାଜନକାରୀ ପୋଷ୍ଟ କରିବା ପାଇଁ ବ୍ୟବହାର କରାଯାଉଛି ।
ଭାରତ ବିରୋଧୀ ଭୁଲ୍ ପ୍ରଚାର ଅଭିଯାନରେ ଦି ନୟା ପାକିସ୍ତାନ ଗ୍ରୁପ୍ (ଏନପିଜି) ସାମିଲ୍ ରହିଛି, ଯାହା ପାକିସ୍ତାନରୁ ସଞ୍ଚାଳିତ ହେଉଛି ଏବଂ ଯାହାଙ୍କ ନିକଟରେ ୟୁଟ୍ୟୁବ ଚ୍ୟାନେଲର ଏକ ନେଟୱର୍କ ରହିଛି । ଏହି ଭୁଲ୍ ପ୍ରଚାର ଅଭିଯାନରେ ଆଉ କିଛି ସେହିପରି ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ସାମିଲ୍ ରହିଛି ଯାହା ଏନପିଜି ସହିତ ସମ୍ବନ୍ଧିତ ନୁହେଁ । ଏହି ଚ୍ୟାନେଲର ସଂଯୁକ୍ତ ସବସ୍କ୍ରାଇବର ବେସ୍ ୩୫ ଲକ୍ଷରୁ ଅଧିକ ରହିଛି ଏବଂ ଏହାଙ୍କର ଭିଡିଓକୁ ୫୫ କୋଟିରୁ ଅଧିକ ଥର ଦେଖା ଯାଇଛି । ନୟା ପାକିସ୍ତାନ ଗ୍ରୁପ୍ (ଏନିଜି)ର କିଛି ୟୁଟ୍ୟୁବ ଚ୍ୟାନେଲ୍ ପାକିସ୍ତାନୀ ସମାଚାର ଚ୍ୟାନେଲର ଆଙ୍କରଙ୍କ ଦ୍ବାରା ସଞ୍ଚାଳିତ କରାଯାଉଛି ।
ଯେଉଁ ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ସେଗୁଡ଼ିକ ହେଉଛି ଦି ପଞ୍ଚ ଲାଇନ, ଇଣ୍ଟରନାସନାଲ୍ ୱେବ ନ୍ୟୁଜ, ଖାଲସା ଟିଭି, ଦି ନେକେଡ୍ ଟ୍ରୁଥ, ନ୍ୟୁଜ ୨୪, ୪୮ ନ୍ୟୁଜ, ଫିକ୍ସନାଲ୍, ହିଷ୍ଟୋରିକାଲ୍ ଫାକ୍ଟସ, ପଞ୍ଜାବ ଭାଇରାଲ୍, ନୟା ପାକିସ୍ତାନ ଗ୍ଲୋବାଲ, କଭର ଷ୍ଟୋରି, ଗୋ ଗ୍ଲୋବାଲ୍, ଇକମର୍ସ, ଜୁନେଦ ହଲିମ୍ ଅଫିସିଆଲ୍, ତୟବ ହାନିଫ୍, ଜୈନ ଅଲି ଅଫିସିଆଲ୍, ମୋହସିନ୍ ରାଜପୁତ ଅଫିସିଆଲ୍, କନିଜ୍ ଫାତିମା, ସଦାଫ୍ ଦୁରାନି, ମିଆଁ ଇମରାନ୍ ଅହମ୍ମଦ, ନଜମ ଉଲ ହସନ୍ ବାଜୱା ।
ଏହି ୟୁଟ୍ୟୁବ ଚ୍ୟାନେଲ ଚାଷୀଙ୍କର ଆନ୍ଦୋଳନ, ନାଗରିକତା (ସଂଶୋଧନ) ଅଧିନିୟମ ପରି ବିଷୟରେ ମଧ୍ୟ ପୋଷ୍ଟ କରିଛନ୍ତି ଏବଂ ସଂଖ୍ୟାଲଘୁ ସମୁଦାୟଙ୍କୁ ଭାରତ ସରକାରଙ୍କ ବିପକ୍ଷରେ ପ୍ରରୋଚିତ କରିବା ପାଇଁ ଅପଚେଷ୍ଟା କରିଛନ୍ତି । ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ଏହି ୟୁଟ୍ୟୁବ ଚ୍ୟାନେଲର ବ୍ୟବହାର ପାଞ୍ଚଟି ରାଜ୍ୟରେ ହେଉଥିବା ଆଗାମୀ ନିର୍ବାଚନର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୋଷ୍ଟ କରିବା ପାଇଁ କରାଯିବ ।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତରେ ସୂଚନା ସମ୍ପର୍କିତ ସ୍ପେସକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ଆଚରଣ ସଂହିତା) ନିୟମ ୨୦୨୧ର ନିୟମ ୧୬ ଅନୁସାରେ ଜରୁରୀକାଳୀନ କ୍ଷମତାର ଉପଯୋଗ କରିଛି । ମନ୍ତ୍ରଣାଳୟ ଜାଣିବାକୁ ପାଇଛି ଯେ ଅଧିକାଂଶ ସୂଚନା ଜାତୀୟ ସୁରକ୍ଷା ପରିପ୍ରେକ୍ଷୀରେ ସମ୍ବେଦନଶୀଳ ଅଟେ ଏବଂ ଭୁଲ ତଥ୍ୟ ଉପରେ ପର୍ଯ୍ୟବେସିତ ଅଟେ । ଏଗୁଡିକ ମୁଖ୍ୟତଃ ପାକିସ୍ତାନ ଦ୍ବାରା ଭାରତ ବିପକ୍ଷରେ ଏକ ସମନ୍ବିତ କୁପ୍ରଚାର ନେଟୱର୍କ (ଯେପରି ନୟା ପାକିସ୍ତାନ ଗ୍ରୁପ୍ କ୍ଷେତ୍ରରେ) ଅନ୍ତର୍ଗତ ପୋଷ୍ଟ କରାଯାଉଛି । ଏଥିପାଇଁ ମନ୍ତ୍ରଣାଳୟ ଜରୁରୀକାଳୀନ ସ୍ଥିତିରେ ଏଗୁଡ଼ିକୁ ବ୍ଲକ୍ କରିବା ନିମିତ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପଯୁକ୍ତ ବିବେଚନା କରିଛି ।

Leave A Reply

Your email address will not be published.