ଆଜମଗଡ଼ରେ ହେଲିକ୍ୟାପ୍‌ଟର୍‌ ଦୁର୍ଘଟଣାଗ୍ରସ୍ତ : ପାଇଲଟ୍‌ ମୃତ, ଜଣେ ଆହତ

ଲଖ୍‌ନଉ : ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଏକ ହେଲିକ୍ୟାପଟର୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଶିକ୍ଷାର୍ଥୀ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ହେଲିକ୍ୟାପ୍‌ଟର୍‌ରେ ୪ ଜଣ ବସିଥିଲେ । ପୋଲିସ ଏବଂ ସ୍ଥାନୀୟ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ଘଟଣା ସରାୟମିର୍‌ରେ ଏକ ଚାଷଜମି ଭିତରେ ଘଟିଥିବା ଆମେଥି ଡିଏମ୍‌ ଅରୁଣ କୁମାର ସ୍ପଷ୍ଟ କରିଛନ୍ତି । ସୂଚନା ଅନୁସାରେ ହେଲିକ୍ୟାପ୍‌ଟର ଗତକାଲି ଦୁଇ ପହର ୧୧ଟା ୨୦ ମିନିଟ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଅନ୍ୟ ଦୁଇଜଣ ପାରାସୁଟ୍‌ ସାହାଯ୍ୟରେ ହେଲିକ୍ୟାପ୍‌ଟର୍‌ରୁ ଡେଇଁ ଦେଇଥିଲେ । ତେବେ ମୃତକ ଜଣକ ହେଲେ ଶିକ୍ଷାର୍ଥୀ ପାଇଲଟ୍‌ କୋଣାର୍କ ଶରଣ ବୋଲି କୁହାଯାଇଛି । ଆମେଥି ଜିଲ୍ଲା ଅଧିକାରୀଙ୍କ କହିବା ଅନୁସାରେ ହେଲିକ୍ୟାପ୍‌ଟର୍‌ ଆମେଥିର ଫୁର୍ସତଗଂଜ ଏୟାର୍‌ଫିଲ୍‌ଡ଼ ସ୍ଥିତ ଏକ ପାଇଲଟ୍‌ ପ୍ରଶିକ୍ଷଣ ସଂସ୍ଥା, ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ଉଡ଼ାନ୍‌ ଏକାଡେ଼ମୀରୁ ଉଡ଼ିବା ଆରମ୍ଭ କରିଥିଲା । ଦୁର୍ଘଟଣାଗ୍ରସ୍ତ ହେଲିକ୍ୟାପ୍‌ଟର୍‌ ସଂପୃକ୍ତ ଏକାଡେ଼ମୀର । ତେବେ ଅଧିକାରୀମାନେ ଦୁର୍ଘଟଣାର କାରଣ ଉପରେ ତଦନ୍ତ କରୁଥିବା କୁହାଯାଇଛି ।

Leave A Reply

Your email address will not be published.