oum

ଗ୍ଲୋବାଲ୍‌ ଟାଇମ୍‌ସ୍‌ର ଧମକ : ଆମେରିକାର ସେନା ତାଇୱାନ୍‌ ଲେଉଟିଲେ ଯୁଦ୍ଧକୁ ଲମ୍ଫ ଦେବ ଚୀନ

jsm

ନୂଆଦିଲ୍ଲୀ : ଚୀନ୍‌ର ସରକାରୀ ସମ୍ବାଦପତ୍ର ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ପକ୍ଷରୁ ଧମକ ଦିଆଯାଇଛି ଯେ, ଆମେରିକାର ସେନା ଯଦି ତାଇୱାନ୍‌ ଲେଉଟିବେ, ତେବେ ଚୀନ୍‌ ଯୁଦ୍ଧକୁ ଲମ୍ଫଦେବ ଚୀନ । ଗ୍ଲୋବାଲ୍‌ ଟାଇମ୍‌ସ୍‌ର ଏଡ଼ିଟର୍‌ ହୁ ସିଜିନ୍‌ ପକ୍ଷରୁ ଆମେରିକା ଓ ତାଇୱାନ୍‌କୁ ଧମକ୍‌ ଦିଆଯାଇଛି । ତେବେ ସେ ଆମେରିକାର ଏକ ଜର୍ନାଲ୍‌ରେ ତାଇୱାନ୍‌କୁ ଆମେରିକୀୟ ସେନା ପ୍ରେରଣ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିବା କୁହାଯାଇଛି ।
ହୁ ସିଜିନ୍‌ ଟ୍ୱିଟ୍‌ କରି ଲେଖିଛନ୍ତି, ମୁଁ ଆମେରିକା ଏବଂ ତାଇୱାନରେ ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବେ ଚେତାବନୀ ଦେବାକୁ ଚାହୁଁଛି । ପୁଣି ଥରେ ଯଦି ତାଇୱାନ୍‌କୁ ଆମେରିକୀୟ ସେନା ଲେଉଟିବା ନିଷ୍ପତ୍ତି ହୁଏ, ତେବେ ଚୀନ ସେନା ନିଶ୍ଚିତ ଭାବରେ ନିଜ ଦେଶର ଅଖଣ୍ଡତାକୁ ରକ୍ଷା କରିବା ପାଇଁ ନ୍ୟାୟ ଯୁଦ୍ଧ ଆରମ୍ଭ କରିଦେବ । ଗ୍ଲୋବାଲ୍‌ ଟାଇମ୍‌ସ୍‌ରେ କୁହାଯାଇଛି ଯେ, ଯଦି ଆମେରିକା ତାଇୱାନ୍‌କୁ ସେନା ପଠେଇବ, ତେବେ ଆମେରିକା ସହ ଚୀନର ହୋଇଥିବା ବୁଝାମଣା ସମାପ୍ତ ହୋଇଯିବ । ଆମେରିକାର ପାଗଳାମୀ ତାଇୱାନ୍‌ ପାଇଁ ମହଙ୍ଗା ପଡ଼ିବ ଏବଂ ଯଦି ଆମେରିକାର ସୈନ୍ୟ ଲେଉଟନ୍ତି ତେବେ ଚୀନ ଯୁଦ୍ଧକୁ ଓହ୍ଲେଇବ ।
ସୂଚନାଯୋଗ୍ୟ ଯେ, ଚୀନ ଓ ତାଇୱାନ୍‌ ମଧ୍ୟରେ ଉତ୍ତେଜନା ବଢ଼ି ବଢ଼ି ଚାଲିଛି । ଫଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଦେଖା ଦେଲାଣି । ବିଗତ ସମୟରେ ଚୀନ୍‌ ପାଖାପାଖି ୪୦ ଥର ତାଇୱାନ୍‌ ସୀମାକୁ ନିଜର ଲଢ଼ୁଆ ବିମାନ ପଠାଇ ସାରିଛି । ତେବେ ତାଇୱାନ୍‌ ବି ଚୀନ୍‌କୁ ମୁହୁଁତୋଡ଼୍‌ ଜବାବ୍‌ ଦେଇ ନିଜର ପ୍ରସ୍ତୁତିକୁ ମଜ୍‌ବୁତ୍‌ କରିଛି । ତାଇୱାନ୍‌ ରାଷ୍ଟ୍ରପତି ସେନା ପ୍ରସ୍ତୁତିର ଦାୟିତ୍ୱ ନିଜେ ନେଇଛନ୍ତି ଏବଂ ଏୟାର୍‌ ଫୋର୍ସ ଚୀନ୍‌ ଉପରେ ଆକ୍ରମଣ କରିବାକୁ ମଧ୍ୟ ପ୍ରସ୍ତୁତିକୁ ଜବର୍‌ଦସ୍ତ ବଢେ଼ଇଛି ।

Leave A Reply

Your email address will not be published.