ନୂଆଦିଲ୍ଲୀ : କମିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ୧୯୮ ଟଙ୍କା ହ୍ରାସ ହୋଇଛି । ଏହା ଜୁଲାଇ ୧ ଠାରୁ ଲାଗୁ କରାଯାଉଛି । ଏହା ଦ୍ୱାରା ଗ୍ରାହକଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି । କମ୍ପାନୀ ଗୁଡିକ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି । ଆଜି ୧ ଜୁଲାଇ ୨୦୨୨ରୁ ନୂଆ ଦର ଲାଗୁ କରାଯାଇଛି । ଉପଭୋକ୍ତାମାନେ ବ୍ୟବସାୟିକ ସିଲିଣ୍ଡରକୁ ପୂର୍ବରୁ ୨,୨୧୯ ଟଙ୍କା ଦେଇ କିଣିଥିଲେ । ଏବେ ସେହି ମୂଲ୍ୟରୁ ୧୯୮ ଟଙ୍କା କମ୍ ଦେବେ । ୧୯ କିଗ୍ରା ସିଲିଣ୍ଡର ପାଇଁ ବର୍ତ୍ତମାନ ଗ୍ରାହକ ୨,୦୨୧ ଟଙ୍କା ଦେବାକୁ ପଡିବ । ଏହା ପୂର୍ବରୁ ଏକ ଜୁନ୍ରେ ମଧ୍ୟ ଗ୍ୟାସ କମ୍ପାନୀ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ କରିଥିଲେ । ସେହି ସମୟରେ କମ୍ପାନୀ ଗୁଡିକ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୩୫ ଟଙ୍କା ସିଲିଣ୍ଡର ପ୍ରତି ହ୍ରାସ କରିଥିଲେ । ଯାହା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୨୧୯ ଟଙ୍କା ହୋଇଯାଇଥିଲା ।
Prev Post