ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ, (ପିଆଇବି) : ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ତମ ପ୍ରତିଷ୍ଠା ଦିବସ ସୋମବାର ପାଳନ କରାଯିବ । ପ୍ରତିଷ୍ଠାନର ନୂତନ ପ୍ରେକ୍ଷାଳୟରେ ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକ୍ ଲାନୀ ମୁଖ୍ୟ ଅତିଥି ଓ ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ଦକ୍ଷତା ଓ ଉଦ୍ୟମିତା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ନାଗାୱତ୍ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଭିଭାଷଣ ରଖିବେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସଙ୍ଗେସଙ୍ଗେ ପୁରାତନ କର୍ମଚାରୀମାନଙ୍କୁ ସମ୍ୱର୍ଦ୍ଧିତ କରାଯିବ । ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀ ଯୋଗଦେବେ । ଏହା ସହ ବୃକ୍ଷରୋପଣ ଓ ବହୁବିଧ କାର୍ଯ୍ୟକ୍ରମ ରହିଥିବା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.