om academy

ଭଲ ଖବର : ଅକ୍ସଫୋର୍ଡର କରୋନା ଭାଇରସ୍‌ ଟୀକା ବୟସ୍କ ଲୋକଙ୍କ ପ୍ରତି ବି ପ୍ରଭାବଶାଳୀ

jsm

ଲଣ୍ଡନ : ଅକ୍ସଫୋର୍ଡ ୟୁନିଭରସିଟିର କରୋନା ଭୂତାଣୁ ଟୀକା ୫୬–୬୯ ବର୍ଷ ଏବଂ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ପ୍ରତିରକ୍ଷା ପ୍ରତିକ୍ରିୟା ସୃଷ୍ଟି କରିଛି । ଲାନସେଟ୍‌ ଗୁରୁବାର ଦିନ ୫୬୦ ସୁସ୍ଥ ବ୍ୟକ୍ତିଙ୍କ ଉପରେ ଅଧ୍ୟୟନ ପରେ ତଥ୍ୟ ପ୍ରକାଶ କରିଛି । ଏଥିରେ କୋଭିଡ-୧୯ ଟୀକା ସୁରକ୍ଷିତ ଥିବା ଦର୍ଶାଯାଇଛ । ଏହାର ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇ ନଥିବା କୁହାଯାଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି ଫଳାଫଳ ଗୁଡିକ ଉତ୍ସାହଜନକ, କାରଣ ବୟସ୍କ ବ୍ୟକ୍ତିମାନେ କୋଭିଡ-୧୯ର ଅଧିକ ବିପଦରେ ଅଛନ୍ତି । ତେଣୁ ଏକ ଟୀକା ବିଶେଷ ଫଳପ୍ରଦ ହୋଇପାରିବ, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ କାମ କରୁଛି । ଅକ୍ସଫୋର୍ଡ ଭ୍ୟାକ୍ସିନ୍‌ ଗ୍ରୁପ୍‌ ସହିତ ଜଡିତ ଥିବା ଡକ୍ଟର ମହେଶୀ ରାମାସାମି ବୃଦ୍ଧ ବୟସରେ ଟୀକାର ଲାଭପ୍ରଦ ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ବ୍ରିଟେନ ଅକ୍ସଫୋର୍ଡରୁ ଏହି ଟୀକା ୧୦୦ ମିଲିୟନ୍‌ ଡୋଜ ଅର୍ଡର ହୋଇ ସାରିଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.