om academy

ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି

jsm

● କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ସାଢ଼େ ୭ ଲକ୍ଷ ତଳେ ରହିଛି
● ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ୧% ତଳେ ରହିଛି

ନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ଭାରତରେ କରୋନା ସକ୍ରିୟ ମାମଲା ସାଢ଼େ ୭ ଲକ୍ଷ ତଳେ ରହିଛି । ଦୈନିକ ସୁସ୍ଥ ସଂଖ୍ୟା ମଧ୍ୟ କ୍ରମେ ବୃଦ୍ଧି ପାଇ ଚାଲିଛି । ଦେଶରେ ଗତ ୨୪ ଘଣ୍ଟାରେ ୬୧ ହଜାର ୭୭୫ ଜଣ ସୁସ୍ଥ ହୋଇଥିବା ବେଳେ ନୂତନ ପଜିଟିଭ ମାମଲା ରହିଛି ୫୪,୦୪୪ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦,୮୩,୬୦୮ଟି ନମୁନା ପରୀକ୍ଷା କରାଯାଇଛି ।
ସଫଳତାର ସହ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ରଣକୌଶଳ ସହ ଉଚିତ ସମୟରେ ଚିକିତ୍ସା କରାଯାଉଥିବାରୁ ମୃତ୍ୟୁହାର କ୍ରମାଗତ ହ୍ରାସ ପାଉଛି । ଜାତୀୟ ମୃତ୍ୟୁହାର ଏବେ ଦୈନିକ ୧.୫୧%କୁ ହ୍ରାସ ପାଇଛି ।
ଏହି ମୃତ୍ୟୁହାର ୧%ରୁ ତଳକୁ ହ୍ରାସ କରିବା ଲାଗି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଏବେ ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ୧% ତଳେ ରହିଛି ।
ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୬୭,୯୫,୧୦୩ ଅଛି । ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ ୮୯% (୮୮.୮୧%) ହେବାକୁ ଯାଉଛି ।
ନୂତନ ସୁସ୍ଥଙ୍କ ମଧ୍ୟରୁ ୭୭% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି । ସୁସ୍ଥ କ୍ଷେତ୍ରରେ କର୍ଣ୍ଣାଟକ ମହାରାଷ୍ଟ୍ରକୁ ପଛରେ ପକାଇଛି । ଏହି ରାଜ୍ୟରେ ୮୫୦୦ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ଏବଂ କେରଳରେ ୭ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪,୦୪୪ ନୂଆ ପଜିଟିଭ୍ ମାମଲା ଆସିଛି । ତନ୍ମଧ୍ୟରୁ ୭୮% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରୁ କେବଳ ୮ ହଜାର ପଜିଟିଭ୍ ମାମଲା ଆସିଛି । କର୍ଣ୍ଣାଟକ ଓ କେରଳରୁ ୬ ହଜାରରୁ ଅଧିକ ମାମଲା ଆସିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୧୭ଟି ମୃତ୍ୟୁ ମାମଲା ହୋଇଛି । ତନ୍ମଧ୍ୟରୁ ୮୨% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ୨୯% ମୃତ୍ୟୁ କେବଳ ମହାରାଷ୍ଟ୍ର (୨୧୩) ଆସିଥିବା ବେଳେ କର୍ଣ୍ଣାଟକରୁ ୬୬ଟି ମୃତ୍ୟୁ ମାମଲା ଆସିଛି ।

Leave A Reply

Your email address will not be published.