ଚୀନ୍-ପାକିସ୍ତାନ ପ୍ରଧାନମନ୍ତ୍ରୀ ବୈଠକ : ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ କହିଲେ – ପଡ଼ୋଶୀ କୂଟନୀତିରେ ଚୀନ୍ ପାକିସ୍ତାନକୁ ପ୍ରାଥମିକତା ଦେବ

ବେଜିଂ : ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଶନିବାର ଦିନ କହିଛନ୍ତି ଯେ, ପଡ଼ୋଶୀ କୂଟନନୈତିକ କ୍ଷେତ୍ରରେ ଚୀନ୍ ପାଇଁ ପାକିସ୍ତାନ ପ୍ରାଥମିକ ସ୍ଥାନ ଅଧିକାର କରିଛି । ଲି କିଆଙ୍ଗ ତାଙ୍କର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିଥିଲେ । ଏହି ସମୟ ମଧ୍ୟରେ ଇମ୍ରାନ ଆଶ୍ୱାସନା ଦେଇଛନ୍ତି ଯେ, ଚୀନ୍ ନାଗରିକଙ୍କ ସୁରକ୍ଷା ତଥା ସେମାନଙ୍କ ଦେଶରେ ଚାଲିଥିବା ପ୍ରକଳ୍ପର ସୁରକ୍ଷା ପାଇଁ ତାଙ୍କ ସରକାର ଯଥାସମ୍ଭବ ଉଦ୍ୟମ କରିବେ । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପରେ ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟିର ଦ୍ୱିତୀୟ ନେତା ଲି କିଆଙ୍ଗ ପାକିସ୍ତାନ ସହ ବହୁମୁଖୀ ବ୍ୟବହାରିକ ସହଯୋଗକୁ ଦୃଢ଼ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ଚୀନ୍‌ର ରାଷ୍ଟ୍ରାୟତ୍ତ ଖବର ଏଜେନ୍ସି ଜିନହୁଆ ରିପୋର୍ଟ କହିଛି । ଚୀନ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପାକିସ୍ତାନ ସହ ଏହାର ଘନିଷ୍ଠ ରଣନୀତିକ ସମ୍ପର୍କକୁ ଚୀନ୍ ସର୍ବଦା ଗୁରୁତ୍ୱ ଦେଇଥାଏ ।

Leave A Reply

Your email address will not be published.