ୟୁରୋପୀୟ ଦେଶମାନଙ୍କୁ ରୁଷ୍‌ର ଚେତାବନୀ : ଯଦି ୟୁକ୍ରେନକୁ ସମର୍ଥନ କରିବାକୁ ଚାହୁଁଛ, ତେବେ ସିଧାସଳଖ ଯୁଦ୍ଧ କର

ମସ୍କୋ : ଗତ ୪ ମାସ ଧରି ଲଗାତାର ଭାବେ ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ । ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଘନଘୋର ଯୁଦ୍ଧ ଚାଲିଛି, କିନ୍ତୁ ସେଠାକାର ଲୋକେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ବିଶେଷକରି ୟୁକ୍ରେନର ଲୋକମାନେ ନାହିଁ ନଥିବା ଯାତନାର ଶିକାର ହୋଇଛନ୍ତି । ୟୁକ୍ରେନରେ ସବୁକିଛି ନଷ୍ଟ ହୋଇଯାଇଛି । ରହିବାକୁ ଘର ନାହିଁ, ଚିକିତ୍ସା ପାଇଁ ଡାକ୍ତରଖାନା ନାହିଁ । ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡିଛନ୍ତି । କିନ୍ତୁ ଯୁଦ୍ଧ ସରୁନାହିଁ । ପରାଜୟକୁ ଗ୍ରହଣ କରିବାକୁ ଏବଂ ଯୁଦ୍ଧ ବନ୍ଦ କରିବାକୁ ଉଭୟ ଦେଶ ଇଚ୍ଛୁକ ନୁହଁନ୍ତି ।

ଏସବୁ ମଧ୍ୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି । ସିଧାସଳଖ ଯୁଦ୍ଧରେ ଯୋଗଦେବାକୁ ସେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଆହ୍ୱାନ କରିଛନ୍ତି । ପୁଟିନ କହିଛନ୍ତି, ଯଦି ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରିବାକୁ ଚାହୁଁଛନ୍ତି, ତେବେ ସିଧାସଳଖ ଆମ ବିରୋଧରେ ଯୁଦ୍ଧରେ ଯୋଗ ଦିଅନ୍ତୁ । ତେବେ ପୁଟିନ ୨୪ ଫେବୃଆରୀରୁ ୟୁକ୍ରେନ ବିରୋଧରେ ଚାଲିଥିବା ଆକ୍ରମଣକୁ ସାମରିକ ଅପରେସନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆକ୍ରମଣ ଆରମ୍ଭ ହୋଇନାହିଁ । ପାଶ୍ଚାତ୍ୟ ଦେଶମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ପୁଟିନ କହିଛନ୍ତି – ରୁଷ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ ୟୁକ୍ରେନ ସହିତ ଶାନ୍ତି ବୁଝାମଣା କରିବା କଷ୍ଟସାଧ୍ୟ ହୋଇପଡ଼ିଛି

Leave A Reply

Your email address will not be published.