‘ବିର୍ସା ମୁଣ୍ଡା – ଜନଜାତୀୟ ନାୟକ’ ପୁସ୍ତକ ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଳାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ୱବିିଦ୍ୟାଳୟର କୁଳପତି, ପ୍ରଫେସର ଆଲୋକ ଚକ୍ରବାଲଙ୍କ ଲିଖିତ ପୁସ୍ତକ “ବିର୍ସା ମୁଣ୍ଡା – ଜନଜାତୀୟ ନାୟକ’ର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଉପସ୍ଥିତ ଥିଲେ । ଏହି ଅବସରରେ ତାଙ୍କ ଅଭିଭାଷଣରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଏହି ପୁସ୍ତକ ଭଗବାନ ବିର୍ସା ମୁଣ୍ଡାଙ୍କର ସଂଘର୍ଷ ଏବଂ ସ୍ୱତନ୍ତ୍ରତା ଆନ୍ଦୋଳନରେ ବନବାସୀ ମାନଙ୍କର ଯୋଗଦାନକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ଏକ ବ୍ୟାପକ ପ୍ରୟାସ ଅଟେ । ସେ ଆଜାଦୀର ଅମୃତ ମହୋତ୍ସବ ଅବସରରେ ରାଷ୍ଟ୍ରୀୟ ସ୍ମୃତିରେ ସ୍ୱତନ୍ତ୍ରତା ପାଇଁ ନିଜର ବଳିଦାନ ଦେଇଥିବା ଲୁକ୍କାୟିତ ନାୟକ ମାନଙ୍କର କାହାଣୀକୁ ଉଲ୍ଲେଖ କରିବା ପାଇଁ ପ୍ରଫେସର ଆଲୋକ ଚକ୍ରବାଲଙ୍କର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏହି ଭଳି ପ୍ରୟାସ ଅନ୍ୟ ଲୋକମାନଙ୍କୁ ଏଭଳି କାହାଣୀ ଗୁଡିକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ପ୍ରେରଣା ଦେବ ।

Leave A Reply

Your email address will not be published.