ଡୋନାଲ୍ଡ ଟ୍ରମ୍ପଙ୍କ ୧୦ ସେକେଣ୍ଡର ଭିଡ଼ିଓ ୪୮ କୋଟି ଟଙ୍କାରେ ବିକ୍ରି ହେଲା !

ୱାଶିଂଟନ୍ : ଆମେରିକାରେ ଏକ ୧୦ ସେକେଣ୍ଡର ଭିଡିଓ ମୋଟ ୪୮ କୋଟିରେ ବିକ୍ରି ହୋଇଛି । ବିଶେଷ କଥା ହେଉଛି, ଏହି ଭିଡିଓ ଇଣ୍ଟରନେଟରେ ମାଗଣାରେ ଦେଖା ଯାଇପାରିବ । ମିଆଁମାର କଳା ସଂଗ୍ରହକାରୀ ପାବଲୋ ରୋଡ୍ରିଗେଜ୍-ଫ୍ରେଲ୍ ଏହି ଭିଡିଓ କ୍ଲିପ୍ ଅକ୍ଟୋବର ୨୦୨୦ରେ ୬୭ ହଜାର ଡଲାରରେ (୪୯ ଲକ୍ଷ ଟଙ୍କା) କିଣିଥିଲେ ଏବଂ ବର୍ତ୍ତମାନ କିଛି ମାସ ପରେ ଏହାକୁ ୬୬ ଲକ୍ଷ ଡଲାର (୪୮ କୋଟି ଟଙ୍କା)ରେ ବିକ୍ରି କରିଛନ୍ତି । ଏହି ଭିଡିଓକୁ ଡିଜିଟାଲ୍ କଳାକାର ବିପଲ୍ ତିଆରି କରିଛନ୍ତି, ଯାହା‌ଙ୍କ ପ୍ରକୃତ ନାମ ମାଇକ୍ ୱିଙ୍କଲମାନ । ଭିଡିଓଟି ବ୍ଲକ୍ ଚେନ୍ ଦ୍ୱାରା ପ୍ରାମାଣିକ ହୋଇଛି, ଯାହା ଏକ ଡିଜିଟାଲ୍ ‌ସ୍ୱାକ୍ଷର ପରି କାର୍ୟ୍ୟ କରେ ଏବଂ ମୂଳ କାର୍ୟ୍ୟରେ କିଏ ଏବଂ ଏହାର ମାଲିକ କିଏ ତାହା କହିଥାଏ ।

ଏହି ଭିଡିଓରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିରାଟ ପ୍ରତିଛବି ଭୂମିରେ ଲୋଟୁଥିବା ଦେଖାଯାଇଛି । ଏଥିରେ ତାଙ୍କ ଶରୀରରେ ‘ଲୁଜର୍‌’, ‘ଫେଟ’ ଏବଂ ଏହିପରି ଅନେକ କଥା ଲେଖାଯାଇଛି । ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିଲା ଏବଂ ଟ୍ରମ୍ପଙ୍କ ପରାଜୟ ପରେ ଏହା ଲୋକପ୍ରିୟ ହୋଇଥିବା ଜଣାପଡିଛି । ଏହି ଭିଡିଓ ଏତେ ଭାଇରାଲ୍ ହୋଇଛି ଯେ, ପ୍ରତିଦିନ ବିଭିନ୍ନ ମିଡିଆରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି । ଏହାକୁ ପ୍ରସ୍ତୁତ କରିଥିବା କଳାକାର ବିପଲ୍ ବହୁତ ଲୋକପ୍ରିୟ, କିନ୍ତୁ ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ବୃଦ୍ଧି ପାଇଛି ।

Leave A Reply

Your email address will not be published.