om academy

ଭିକ ମାଗିବା ବାହାନାରେ ଚାରିଜଣ ମହିଳା ଲୁଟ୍‌ କରିଥିବା ଅଭିଯୋଗରେ ଗିରଫ୍‌

jsm

ନୂଆଦିଲ୍ଲୀ : ଭିକ ମାଗିବା ନାମରେ ଲୋକଙ୍କୁ ଲୁଟ୍‌ କରିଥିବା ଚାରିଜଣ ମହିଳାଙ୍କ ଏକ ଗ୍ୟାଙ୍ଗକୁ ଦକ୍ଷିଣ ଦିଲ୍ଲୀର ହଉଜ ଖାସ୍‌ରୁ ଗିରଫ କରାଯାଇଛି । ଆଜି ପୋଲିସ ଏହି ସୂଚନା ଦେଇଛି । ଅକ୍ଟୋବର ୩୦ ରେ ଏହି ଗ୍ୟାଙ୍ଗ ଦ୍ୱାରା ଲୁଟ ହୋଇଥିବା ୬୪ ବର୍ଷ ବୟସ୍କା ମହିଳାଙ୍କ ଦ୍ୱାରା ପୋଲିସ ପାଖରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣା ହଉଜ ଖାସ୍ ଅଞ୍ଚଳର ଅରୋବିନ୍ଦ ମାର୍ଗରେ ଘଟିଛି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ମଧ୍ୟା‌ହ୍ନ ପ୍ରାୟ ୧୨.୨୦ ସମୟରେ ସେ ତାଙ୍କ କାରରେ ଏକୁଟିଆ ବସିଥିଲେ । ଯେତେବେଳେ ପୁଅ ପରୀକ୍ଷା ପାଇଁ ପାଥୋଲୋଜି ଲ୍ୟାବ ଭିତରକୁ ଯାଇଥିଲେ, ଏହି ସମୟରେ ଚାରିଜଣ ମହିଳା କାର ନିକଟରେ ପହଞ୍ଚି ଭିକ ମାଗିବା ଆରମ୍ଭ କରିଥିଲେ । ସେ ସେମାନଙ୍କୁ ପାଞ୍ଚ ଟଙ୍କା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ମନା କରି ଦେଇଥିଲେ । ଏହା ପରେ ସେ ସେମାନଙ୍କୁ ୫୦ ଟଙ୍କିଆ ନୋଟ୍ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ତାଙ୍କୁ ସବୁଠାରୁ ବଡ ନୋଟ୍ ଦେବାକୁ ଡରାଇଥିଲେ । ନଚେତ୍ ତାଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ କହିଥିଲେ ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଆକ୍ରମଣକୁ ଭୟ କରି ବୃଦ୍ଧ ମହିଳାଙ୍କ ଠୁ ୫୦୦ ଟଙ୍କିଆ ନୋଟ ଲୁଟି ନେଇ ଘଟଣାସ୍ଥଳରୁ ସେମାନେ ପଳାଇ ଯାଇଥିଲେ । ଘଟଣାର କିଛି ସମୟ ପରେ ମହିଳା ଜଣକ ପିସିଆର୍‌କୁ ଟେଲିଫୋନ୍ କରିଥିଲେ । ଡେପୁଟି କମିଶନର ପୋଲିସ (ଦକ୍ଷିଣ) ଅତୁଲ କୁମାର ଠାକୁର କହିଛନ୍ତି ଯେ, ପରେ ଅଭିଯୁକ୍ତ ମହିଳାମାନଙ୍କୁ ହଉଜ ଖାସ୍ ବଜାରରେ ଦେଖିବାକୁ ମିଳିଥିଲା । ସେମାନଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କଠାରୁ ଲୁଟ୍ ହୋଇଥିବା ୫୦୦ ଟଙ୍କା ମଧ୍ୟ ଜବତ କରାଯାଇଥିଲା । ସେ କହିଛନ୍ତି ଯେ, ଏକ ମାମଲା ରୁଜୁ ହୋଇଛି । ମହିଳାମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

Leave A Reply

Your email address will not be published.