om academy

ଜହ୍ନମାମୁଁଙ୍କ ବହୁମୂଲ୍ୟ ଭଣ୍ଡାର ଉପରେ ଚୀନ୍‌ର ନଜର : ଝଡ଼ର ସମୁଦ୍ରକୁ ପଠାଇଲା ମହାକାଶଯାନ

jsm

ବେଜିଂ : ପୃଥିବୀର ପ୍ରାକୃତିକ ସମ୍ପଦକୁ କାବୁ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚୀନ୍‌ର ନଜର ପଡ଼ିଛି ଏବେ ଜହ୍ନମାମୁଁଙ୍କ ବହୁମୂଲ୍ୟ ଭଣ୍ଡାର ଉପରେ। ଚନ୍ଦ୍ରରୁ ପୃଥିବୀ ପଥର ନମୂନା ଆଣିବା ଲକ୍ଷ୍ୟରେ ଚୀନ୍‌ ଏକ ମହାକାଶଯାନକୁ ଚନ୍ଦ୍ର ପୃଷ୍ଠରେ ଉତକ୍ଷେପଣ କରିଛି । ୧୯୭୬ ପରଠାରୁ ଚନ୍ଦ୍ରରୁ ନମୂନା ସଂଗ୍ରହ କରିବା ଏହା ହେଉଛି ପ୍ରଥମ ଅଭିଯାନ । ଚୀନ୍ ଦ୍‌ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ‘ଚାଙ୍ଗ୍ -୫’ ମହାକାଶଯାନ ମଙ୍ଗଳବାର ରାତି ୧୧ ଟା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ସଫଳତାର ସହ ଅବତରଣ କରିଛି । ଏହି ଚୀନ୍ର ଯାନ ଚନ୍ଦ୍ର ପୃଷ୍ଠକୁ ଖୋଳିବା ଆରମ୍ଭ କରିଛି । ଏହି ଚାଇନିଜ୍ ଲ୍ୟାଣ୍ଡର୍ ୨୪ ନଭେମ୍ବରରେ ହୈନାନ୍ ଦ୍ୱୀପରୁ ଲଞ୍ଚ କରାଯାଇଥିଲା ।

ଚୀନ୍ କହିଛି ଯେ, ଚନ୍ଦ୍ରକୁ ପଠାଯାଇଥିବା ମହାକାଶଯାନ ଦୁଇ ଦିନ ମଧ୍ୟରେ ଦୁଇ କିଲୋଗ୍ରାମ ପଥର ଏବଂ ଧୂଳିର ନମୂନା ସଂଗ୍ରହ କରିବେ । ଏହା ପରେ, ନମୂନାଗୁଡିକ କକ୍ଷପଥକୁ ପଠାଯିବ ଏବଂ ସେଠାରୁ ଏହି ନମୂନାଗୁଡ଼ିକୁ ‘ରିଟର୍ନ କ୍ୟାପସୁଲ’ ମାଧ୍ୟମରେ ପୃଥିବୀକୁ ଅଣାଯିବ । ଯୋଜନା ଅନୁଯାୟୀ, ମହାକାଶଯାନ ଏଇ ମାସ ମଧ୍ୟଭାଗରେ ମୋଙ୍ଗୋଲିଆରେ ଅବତରଣ କରିବ । ଯଦି ଏହି ଅଭିଯାନ ସଫଳ ହୁଏ, ୧୯୭୬ ପରଠାରୁ ଚନ୍ଦ୍ରରୁ ତାଜା ପଥର ନମୂନା ସଂଗ୍ରହ କରିବା ଏହା ପ୍ରଥମ ସଫଳ ଅଭିଯାନ ହେବ । ଏହାପୂର୍ବରୁ, ରୁଷ୍‌ର ଲୁନା-୨୪ ମିଶନ୍ ୨୨ ଅଗଷ୍ଟ ୧୯୭୬ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ତା’ପରେ ଲୁନା ତା’ ସହିତ ଚନ୍ଦ୍ରରୁ ୨୦୦ ଗ୍ରାମ ମାଟି ଧରି ଫେରି ଆସିଥିଲେ । ଚନ୍ଦ୍ର ପୃଷ୍ଠରେ ୪୪ ବର୍ଷ ଭିତରେ ଏପରି ଏକ ମହାକାଶଯାନ ଅବତରଣ କରିଛି ଏବଂ ନମୂନା ଆଣିବା ପରେ ଫେରିବ । ଏହି ମହାକାଶଯାନ ଚାଙ୍ଗ -୫ ଚୀନ୍‌ର ଚନ୍ଦ୍ରର ଦେବୀଙ୍କ ନାମରେ ନାମିତ ହୋଇଛି ।

Leave A Reply

Your email address will not be published.