କାର୍‌ ଦୁର୍ଘଟଣା ପରେ ଚାପୁଡ଼ା ମାରି ଫଶିଲେ ଏହି ଅଭିନେତା

ମୁମ୍ବାଇ : ଅଭିନେତା ମହେଶ ମାଞ୍ଜରେକରଙ୍କ ନାମରେ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରରେ ମହେଶଙ୍କ ଗାଡ଼ିକୁ ତାଙ୍କ କାର୍‌ ଧକ୍କା ଦେଇଥିଲା । ଏହାକୁ ନେଇ ମହେଶ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳି ଦେଇଥିଲେ । ହଠାତ ବ୍ରେକ୍‌ ଲଗାଇବା କାରଣରୁ ଉକ୍ତ ବ୍ୟକ୍ତିଙ୍କ କାର୍‌ଟି ମହେଶଙ୍କ ଗାଡ଼ି ପଛକୁ ଧକ୍କା ଦେଇଥିଲା । ଏହାପରେ ମହେଶ କାର୍‌ରୁ ବାହାରି ଆସି ଝଗଡ଼ା କରିଥିଲେ । ପରେ ସେ ଚାପୁଡ଼ା ମଧ୍ୟ ମାରିଥିଲେ । ଶେଷରେ ସେହି ଅପମାନକୁ ସହି ନପାରି ବ୍ୟକ୍ତିଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ବ୍ୟବହାରକୁ ବରଦାସ୍ତ କରିବେ ନାହିଁ ବୋଲି ବ୍ୟକ୍ତିଜଣଙ୍କ କହିଛନ୍ତି । ପୂର୍ବରୁ ଅଗଷ୍ଟରେ ମଧ୍ୟ ମହେଶ ଅନ୍ୟ ଏକ ପୋଲିସ କେସ୍‌କୁ ନେଇ ଚର୍ଚ୍ଚାକୁ ଆସିଥିଲେ ।

Leave A Reply

Your email address will not be published.

error: Content is protected !!