lika

‘ଏକ ପେଡ୍ ମା’ କେ ନାମ’ ଅଭିଯାନ ଅଧୀନରେ ଦେଶବ୍ୟାପୀ ୫୨ କୋଟିରୁ ଅଧିକ ବୃକ୍ଷରୋପଣ

gbag
  • ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ‘ଏକ ପେଡ୍ ମା’ କେ ନାମ’ ଅଭିଯାନ ଅଧୀନରେ ଦେଶ ବୃକ୍ଷରୋପଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏହି ଅଭିଯାନ ଅଧୀନରେ ସମଗ୍ର ଭାରତରେ ୫୨ କୋଟିରୁ ଅଧିକ ଚାରାରୋପଣ କରାଯାଇଛି । ବିଶ୍ୱ ପରିବେଶ ଦିବସ ୦୫.୦୬.୨୦୨୪ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ ପେଡ୍ ମା’ କେ ନାମ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ମାଧ୍ୟମରେ ଏକ ଉନ୍ନତ ପୃଥିବୀ ଏବଂ ସ୍ଥାୟୀ ବିକାଶରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

babaa
Leave A Reply

Your email address will not be published.