jayashree

ଏଆର୍‌ଓ ସମ୍ବଲପୁର ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ଶିବିର

ଭୁବନେଶ୍ୱର, (ପିଆଇବି) : ଆସନ୍ତା ଡିସେମ୍ବର ୬ରୁ ୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମରେ ସେନା ନିଯୁକ୍ତି ଶିବିର ଅନୁଷ୍ଠିତ ହେବ । ଏଥିରେ ଅନୁଗୁଳ, ବରଗଡ଼, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀମାନେ ଭାଗ ନେଇପାରିବେ । ଅନଲାଇନ ଏକକ ପ୍ରବେଶିକା ପରୀକ୍ଷା (ସିଇଇ) ଜରିଆରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଶାରୀରିକ ଫିଟନେସ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡକାଯାଇଛି । ଅନଲାଇନ ଏକକ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ସେମାନଙ୍କର ଇମେଲ୍ ଆଇଡିରେ ଆଡମିଟ୍ କାର୍ଡ ପଠାଯାଇଛି । ଭାରତୀୟ ସେନାର ନିଯୁକ୍ତି ୱେବସାଇଟ୍ www.joinindianarmy.nic.inର ପ୍ରୋଫାଇଲ ସେକ୍ସନରେ ଲଗଇନ୍ କରି ମଧ୍ୟ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ । କୌଣସି ପ୍ରଶ୍ନ ପାଇଁ ପ୍ରାର୍ଥୀମାନେ ସମ୍ବଲପୁର ଏଆର୍‌ଓଙ୍କୁ ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ । ନିଯୁକ୍ତି ପ୍ରକ୍ରିୟା ସମୟରେ ଠକ/ଦଲାଲଙ୍କ ଠକାମିରେ ନପଡ଼ିବା ଲାଗି ନିଜର ମୂଳ କାଗଜପତ୍ର କାହାରିକୁ ନଦେବା ଲାଗି ପରାମର୍ଶ ଦିଆଯାଉଛି । ଏଭଳି କୌଣସି ଘଟଣା ଘଟିବା କ୍ଷେତ୍ରରେ ସ୍ଥାନୀୟ ପୁଲିସ ଏବଂ ସମ୍ବଲପୁରସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟରେ ତୁରନ୍ତ ଯୋଗାଯୋଗ କରାଯାଇପାରିବ । ଏଭଳି ଠକ/ଦଲାଲଙ୍କ ବିରୋଧରେ ଏବଂ ନିଯୁକ୍ତି ଶିବିର ସମୟରେ କୌଣସି ଅନିୟମିତ କାର୍ଯ୍ୟ ପାଇଁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଜରିଆରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.