oum

ଫାଟକ ପାଖରୁ ଜନୈକ ଡ୍ରାଇଭରଙ୍କ ରକ୍ତ ଭିଜା ଶବ ଉଦ୍ଧାର : ପରିବାର ପକ୍ଷରୁ ହତ୍ୟା ସନ୍ଦେହ

jsm

ଦେଓଗାଁ (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନ ଫାଟକ ରାସ୍ତାରେ ଥିବା ଏକ କଲଭଟ ନିକଟରୁ ବୁଧୁବାର ଦିନ ଏକ ଗାଡ଼ି ଡ୍ରାଇଭରଙ୍କ ରକ୍ତ ଭିଜା ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
ପ୍ରକାଶ ଥାଉକି, ଦେଓଗାଁ ଥାନା ଅନ୍ତର୍ଗତ ସାଗରପାଲି କଲୋନୀର ବିକାଶ ମଲ୍ଲିକ ଘୁଚିପାଲିର ଏକ ଘରେ ଡ୍ରାଇଭର କାମ କରୁଥିଲେ । ତା‌ଙ୍କ ଶବ ରେଳଷ୍ଟେସନ ରାସ୍ତାରୁ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକମାନେ ଆଲୋଚନା କରୁଛନ୍ତି । ଶବ ପଡିଥିବା ସ୍ଥାନରେ ସାଇକେଲର ଷ୍ଟାଣ୍ଡ ଦିଆ ହୋଇଥିବା ବେଳେ ମୁହଁ ମାଡ଼ି ହୋଇ ପାଣି ଥିବା କାଦୁଅ ସ୍ଥାନରେ ପଡି ଥିବାରୁ ଅଧିକ ସନ୍ଧେହ ହେଉଛି । ଅନ୍ୟପକ୍ଷରେ ବ୍ଳକ ଛକ ଅଞ୍ଚଳରେରେ ମଙ୍ଗଳବାର ରାତି ୧୨ରୁ ୧ ଟା ସମୟରେ ୪ ଜଣ ଯୁବକ ଅଟୋ ଗାଡ଼ି ଖୋଜୁଥିବାରୁ ଏହି ଘଟଣାରେ ସେମାନେ ସଂଶ୍ଳିଷ୍ଟ ଥିବା ଚର୍ଚ୍ଚା ହେଉଛି । ଜରାସିଂହା ପଞ୍ଚାୟତ ଅଞ୍ଚଳର ଏକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିବା ମଧ୍ୟ ଆଲୋଚନା ହେଉଛି । ମଙ୍ଗଳବାର ରାତିରେ ଏହି ଯୁବକମାନେ ଡାକୁଆପଡ଼ାରେ କାହା କାହା ଘରେ କବାଟ ବାଡେଇ ଥିଲେ, ତଦନ୍ତ କଲେ କିଛି ସୁରାକ ମିଳିବ ବୋଲି ମତ ପ୍ରକାଶ ପାଉଛି ।
ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ଅଞ୍ଚଳରେ ପୁଲିସ ରାତିରେ ପେଟ୍ରୋଲିଂ କରିବାରେ ଢ଼ିଲା ହେଉଥିବାରୁ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେଓଗାଁ ଥାନା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.