ନୂଆ ବର୍ଷ ପାର୍ଟିରେ ଦୁଇ ଜଣ ସାଙ୍ଗ ମିଶି ନିଜ ସାଙ୍ଗକୁ ହତ୍ୟା କଲେ

ମୁମ୍ବାଇ : ଝିଅମାନେ ବି ଏତେ ଖୁଂକାର ହୋଇ ପାର‌ନ୍ତି, ବି‌ଶ୍ୱାସ କରି ହୁଏନି । କି‌ନ୍ତୁ ଏଭଳି ଏକ ଘଟଣା ଘଟିଛି ।ମୁମ୍ବାଇରେ ନୂଆ ବର୍ଷର ପାର୍ଟିରେ ଜଣେ ଝିଅକୁ ତାଙ୍କର ଦୁଇ ସାଙ୍ଗ ଏକାଠି ମିଶି ହତ୍ୟା କରିଥିବା ଭଳି ଏକ ଖବର ଆସିଛି । ପୋଲିସ ଏହି ଦୁଇ ଅଭିଯୁକ୍ତଂକୁ ଗିରଫ କରିଛି । କୁହାଯାଉଛି ଯେ, ଉଭୟ ଅଭିଯୁକ୍ତ ଆପତ୍ତିଜନକ ପରିସ୍ଥିତିରେ ପୋଲିସ ହାତକୁ ଆସିଛ‌ନ୍ତି । ସୂଚନା ଅନୁସାରେ ଜାନଭୀ କୁକ୍ରେଜା ନାମକ ଜଣେ ୧୯ ବର୍ଷର ଝିଅ ସହିତ ଯୁକ୍ତିତର୍କ ହୋଇଥିଲା । ବିତର୍କ ଏତେ ବଢ଼ିଗଲା ଯେ ବିବାଦ ଲାଗି ରହିଲା ଏବଂ ଉଭୟ ଅଭିଯୁକ୍ତ ଜାନଭୀଙ୍କୁ ହତ୍ୟା କରିଥିଲେ । ପାର୍ଟିରେ ଉପସ୍ଥିତ ଥିବା ଅଧିକାଂଶ ଲୋକ ମଦ୍ୟପାନ କରିଥିଲେ ।

ଏହି ଘଟଣା ମୁମ୍ବାଇର ଖାର ଅଞ୍ଚଳରେ ଘଟିଛି । ନୂଆ ବର୍ଷ ଅବସରରେ ହାଇ ପ୍ରୋଫାଇଲ୍ ପାର୍ଟି ଜାନଭୀ କୁକ୍ରେଜାଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇଥିଲା । ଜାନଭୀ କୁକ୍ରେଜାଙ୍କୁ ତାଙ୍କର ଦୁଇ ବନ୍ଧୁ ହତ୍ୟା କରିଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ୨୨ ବର୍ଷିୟ ଜୋଗାଧନକର ଏବଂ ୧୯ ବର୍ଷିୟା ଦିଆ ପାଦନକରଙ୍କୁ ଗିରଫ କରିଛି ।

Leave A Reply

Your email address will not be published.