ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ

ମୁମ୍ବାଇ, (କେପିଏନ୍ଏସ୍) : ଅଭିନେତା ସଂଜୟ ଦତ୍ତ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଗତକାଲି ସଂଧ୍ୟାରେ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଛି । ନିଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଥିବା ବେଳେ ସଂଗେ ସଂଗେ ତାଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । କିନ୍ତୁ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ହସପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି । ତାଙ୍କୁ ଆଇସିୟୁରେ ରଖା ଯାଇଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କୁହାଯାଇଛି ।

Leave A Reply

Your email address will not be published.