ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହିରାସତ୍‌ ୬ ଅକ୍ଟୋବର ଯାଏଁ ବଢ଼ିଲା : ଜାମିନ ଯାଚିକା ଉପରେ କାଲି ହେବ ହାଇକୋର୍ଟ ଶୁଣାଣି

ମୁମ୍ବାଇ : ବହୁଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମାମଲାର ଡ୍ରଗ୍ସ ଏଙ୍ଗଲ୍‌ରୁ ତଦନ୍ତ କରୁଥିବା ନାର୍‌କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ ରିୟାଙ୍କୁ ୯ ସେପ୍ଟମ୍ବରରେ ଗିରଫ୍‌ କରିଥିବା ବେଳେ ରିୟାଙ୍କ ନ୍ୟାୟିକ ହିରାସତ୍‌ ୬ ଅକ୍ଟୋବର ଯାଏଁ ବଢ଼ିଯାଇଛି । ଏବେ ତାଙ୍କୁ ଜେଲ୍‌ରେ ହିଁ ରହିବାକୁ ପଡ଼ିବ । ସ୍ପେଶାଲ୍‌ ଏନ୍‌ଟିପିଏସ୍‌ କୋର୍ଟ ଆଜି ରିୟାଙ୍କ ନ୍ୟାୟିକ ହିରାସତ୍‌ ସମୟ ସୀମା ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ଯେ, ଇତିମଧ୍ୟରେ ରିୟା ଏବଂ ତାଙ୍କ ଭାଇ ଶୈବିକ ଚକ୍ରବର୍ତ୍ତୀ ମୁମ୍ବାଇ ହାଇକୋର୍ଟରେ ଜାମିନ୍‌ ପାଇଁ ଯାଚିକା ଦାଖଲ୍‌ କରିଛନ୍ତି । ଏହା ଉପରେ ଆସନ୍ତା କାଲି ଶୁଣାଣି ହେବ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.