ବଲାଙ୍ଗିରରେ କରୋନାର କରୁଣ ସ୍ଥିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କରୋନାର କରୁଣ ସ୍ଥିତି ଦେଖିବାକୁ ମିଳୁଛି । କରାଳ ରୂପ ଧାରଣ କରିବାରେ ଲାଗିଛି କରେନା । ନିକଟରେ ଅମିତ୍‌ ମେଡ଼ିକାଲ୍‌ ଷ୍ଟୋରର ବାପ ପୁଅ ଦୁହିଁଙ୍କର ମୃତ୍ୟୁ ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ମା’ବାପା କରୋନାରେ ମୃତ୍ୟୁବରଣ କରିଥିବା ବେଳେ ସହରରେ ଏକ ଆତଙ୍କିତ ସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଅନ୍ୟପଟେ ପୁଣି ଲକ୍‌ ଡାଉନ୍‌ କରାଯିବା ପାଇଁ ଦାବୀ କରିଛି କଂଗ୍ରେସ ନଗର କମିଟି । ସାରା ସହରରେ ଏକ ଆତଙ୍କିତ ବାତାବରଣ ସୃଷ୍ଟି ହୋଇଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ସହରର ଅନେକ ସ୍ଥାନରେ ଦୋକାନ ବଜାରରେ ସାମାଜିକ ଦୂରତା ଅବଲମ୍ବନ କରାଯାଉ ନଥିବା ବି ଦେଖିବାକୁ ମିଳୁଛି । କରୋନା ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଥିବା ଯୋଗୁଁ ଜନସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.