ମାତୃଛାୟା ସ୍ୱଧାର ଗୃହର ଅନ୍ତେବାସିନୀଙ୍କ ସଫଳ ଜୀବନ କାହାଣୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୧୨ ମସିହା ୦୬ ଫେବୃୟାରୀ ମାଘ ମାସ ଶୁକ୍ଳ ପକ୍ଷ ଗୁରୁବାର ଦିନ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ(ଜରାନିବାସ) ଚକରକେନ୍ଦ ଛକ, ବରଗଡ଼ ପାଇଁ ଏକ ସ୍ମରଣୀୟ ଦିନ ଥିଲା । ଏହି ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ତଥା ମାତୃଛାୟା ସ୍ୱଧାର ଗୃହର ଅନ୍ତେବାସିନୀ ରୀତା ସେଠ୍‌ଙ୍କ ବିବାହ ଉତ୍ସବରେ ତତ୍‌କାଳୀନ ମହାମହିମ ରାଜ୍ୟପାଳ ଚନ୍ଦ୍ରକାନ୍ତ ଭଣ୍ଡାରେ ଯୋଗ ଦେଇ କନ୍ୟାଦାନ କରିଥିଲେ ।

ଆଜକୁ ଦଶ ବର୍ଷ ପୂର୍ବେ ଏହି ଦିନ ରାଉରକେଲା ନିବାସୀ ସ୍ୱର୍ଗତ ପର୍ଶୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁଶିଲ ଅଗ୍ରୱାଲ ଓ ସୁଶ୍ରୀ ରୀତାଙ୍କ ଶୁଭ ବିବାହ ଉତ୍ସବ ବୈଦିକ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇ ଶହଶ୍ରାଧିକ ଆତ୍ମୀୟ ସ୍ୱଜନ ପୁରୁଷ, ମହିଳା ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଆଜି ଦଶ ବର୍ଷ ପରେ ଦମ୍ପତିଙ୍କ ଦୁଇ ସନ୍ତାନ ପୁଅ କାନ୍‌ହା(୭) ଓ ଝିଅ ଗୁଡିଆ(୫) । ହସ ଖୁସିର ସଂସାର ମଧ୍ୟରେ ଏକ ଛୋଟ ପରିବାର ।

ଏବେ ନିଜର ଜୀବନ ଜୀବିକା ପାଇଁ ଦେବଗଡ଼ ଜିଲ୍ଲା ବାରକୋଟରେ ବିଭିନ୍ନ ପ୍ରକାର ପ୍ୟାକେଟ୍‌ ଖାଦ୍ୟ ଓ ମୃଦୁ ପାନୀୟ ହୋଲସେଲ୍‌ ଦୋକାନ କରି ବ୍ୟବସାୟ କରୁଛନ୍ତି ରୀତାଙ୍କ ସ୍ୱାମୀ ସୁଶିଲ ।

Leave A Reply

Your email address will not be published.