ବଲାଙ୍ଗିର ମାଟିର ଗର୍ବ ୱିଙ୍ଗ କମାଣ୍ଡର ନିଖିଳ ରଥ ‘ଗଗନଯାନ’ ଟିମରେ ସାମିଲ୍

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମାଟିର ତଥା ଓଡ଼ିଶା ରାଜ୍ୟର ଗର୍ବ ୱିଙ୍ଗ କମାଣ୍ଡର ନିଖିଳ ରଥ ଏବେ ମିସନ ‘ଗଗନଯାନ’ ପାଇଁ ମନୋନୀତ ହୋଇଥିବା ବେଳେ ଏଥିପାଇଁ ସେ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ‘ଗଗନଯାନ’ ତାଲିକାରେ ତାଙ୍କ ନାମ ପ୍ରକାଶିତ ହେବା ପରେ ସାରା ଓଡ଼ିଶାରେ ଖୁସିର ବାତାବରଣ ଦେଖାଦେଇଛି । ପିତା ରାଜନେତା ଅଶୋକ ରଥ ଏବଂ ମାତା ମହିଳା କମିସନ ସଦସ୍ୟା କୁସୁମ ରଥଙ୍କ ଏକମାତ୍ର ପୁତ୍ର ସନ୍ତାନ ନିଖିଳ ରଥ । ଇସ୍ରୋ ଏବେ ଅଣ୍ଟା ଭିଡ଼ି ଲାଗି ପଡ଼ିଛି ‘ଗଗନଯାନ’ ପ୍ରସ୍ତୁତିରେ । ସୂଚନାଯୋଗ୍ୟ ଯେ, ‘ଗଗନଯାନ’ ନିମନ୍ତେ ଗତ ୨୦୧୯ ସେପ୍ଟେମ୍ବରରେ ବାୟୁସେନାର ୧୨ ଜଣ ଯବାନମାନଙ୍କୁ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଚୟନ ତାଲିକା ପ୍ରକାଶ କରିଥିବା ବେଳେ ସେହି ୧୨ ଜଣ ଯବାନଙ୍କ ମଧ୍ୟରେ ସାମିଲ ଅଛନ୍ତି ନିଖିଳ । ତେବେ ଏବେ ସେ ଋଷରୁ ପ୍ରଥମ ପର୍ଯ୍ୟାୟ ତାଲିମ ସଫଳତାର ସହ ସମାପ୍ତ କରିଛନ୍ତି ଏବଂ ସଂକ୍ଷିପ୍ତ ତାଲିକା ୪ ଜଣଙ୍କ ମଧ୍ୟରେ ରହିବା ସହ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ତାଲିମ ଜାରି ରଖିଛନ୍ତି ।

Leave A Reply

Your email address will not be published.