ବିବାହ ବନ୍ଧନରେ ବାନ୍ଧିହେଲେ ଭଲ୍ଲାଲଦେବ

ହାଇଦ୍ରାବାଦ, (କେପିଏନ୍ଏସ୍): ତେଲୁଗୁ ସିନେମାରେ ଅଭିନୟ କରୁଥିବା ଜଣାଶୁଣା ଅଭିନେତା ତଥା ‘ବାହୁବଳୀ’ଚଳଚୀତ୍ରର ଖଳନାୟକ ରାଣା ଦଗ୍ଗୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ପ୍ରେମିକା ମିହିକା ବଜାଜଙ୍କୁ ହାଇଦ୍ରବାଦର ରାମାନାଇଡୁ ଷ୍ଟୁଡିଓରେ ତେଲୁଗୁ ଓ ମାରୱାଡି ପରମ୍ପରାରେ ବିବାହ କରିଛନ୍ତି । କରୋନା ମହାମାରୀ ଯୋଗୁଁ ୩୦ ଜଣରେ ବିବାହ ସଂପନ୍ନ ହୋଇଛି ବୋଲି ରାଣାଙ୍କ ପିତା ସୁରେଶ ବାବୁ କହିଛନ୍ତି । ଖବର ପ୍ରସାରିତ ହେବା ପରେ ରାଣାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସିଛି ।

Leave A Reply

Your email address will not be published.