ଆଖି ଦେଇ ଅମର ହେଲେ ମୁନୁ ମାଝୀ : ଦୁର୍ଘଟଣାରେ ଆହତ ହୋଇ ପ୍ରାଣ ହରାଇଥିଲେ

ବଙ୍ଗୋମୁଣ୍ଡା,(ହୁଲେଶ୍ୱର ହଂସ) : ସାଧାରଣ ମଣିଷ ମୃତ୍ୟୁ ପରେ ଅସାଧାରଣ କାମ ପାଇଁ ଅମର ହୋଇ ରହିବା ନିଶ୍ଚିତ ଏକ ଭଲ ଖବର । ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ଜଣେ ଯୁବକର ପରିବାରବର୍ଗ ନିଜ ମୃତ ପୁଅର ଦୁଇଟି ଚକ୍ଷୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସଦରର ୩୨ ବର୍ଷୀୟ ଯୁବକ ମୁନୁ ମାଝୀ ଗତ ଦୁଇ ଦିନ ତଳେ ନୂଆପଡା ଜିଲା ଖଫିଚଲାନ୍ ପଡା ନିକଟରେ ବାଇକ୍ ଦୂର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କଣ୍ଟାବାଞ୍ଜି ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ।
କିନ୍ତୁ ପୁଅର ସ୍ମୃତିକୁ ଜୀବିତ ରଖିବା ପାଇଁ ସେଠାରେ ମୃତ୍ୟୁ ପରେ ସାଙ୍ଗେ ସାଙ୍ଗେ ମୁନୁଙ୍କ ପରିବାର ଲୋକେ ତାଙ୍କ ଚକ୍ଷୁଦାନ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତାପରେ ତାଙ୍କ ଚକ୍ଷୁ କଢାଯାଇ ଭୁବନେଶ୍ୱର ଚକ୍ଷୁ ବ୍ୟାଙ୍କକୁ ପଠାଯାଇଛି ।
ମୁନୁ ତାଙ୍କ ପରିବାରର ଏକ ମାତ୍ର ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡିଛନ୍ତି । କିନ୍ତୁ ତାଙ୍କ ପରିବାରବର୍ଗଙ୍କ ନିଷ୍ପତ୍ତି ତାଙ୍କୁ ତାଙ୍କ ଅଂଚଳରେ ଚିର ଅମର କରିଦେଇଛି ।

Leave A Reply

Your email address will not be published.