ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସୁସାହିତ୍ୟିକ ତଥା ପୂର୍ବତନ ବାଚସ୍ପତି ଓ ଶିକ୍ଷା ମନ୍ତ୍ରୀ ଶରତ କୁମାର କର(୮୦)ଙ୍କ ପରଲୋକ ହୋଇଛି । ୧୯୭୧ରେ ସେ ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ଦାୟିତ୍ୱ ନେଇଥିବା ବେଳେ ୨୦୦୦ ମାର୍ଚ୍ଚ ୧୦ରୁ ୨୦୦୪ ମେ’ ୨୧ ତାରିଖ ଯାଏଁ ରାଜ୍ୟ ବିଧାନସଭାରେ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ । ୧୯୩୯ ମସିହା ସେପ୍ଟେମ୍ବର ୫ ତାରିଖରେ କଟକ ଜିଲ୍ଲାର ମହାଙ୍ଗାରେ ଶ୍ରୀ କର ଜନ୍ମ ଗ୍ରହଣ କରିଥିଲେ । ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ୧୯୭୭ ମସିହାରେ ଶ୍ରୀ କର କଟକ ଲୋକସଭା ଆସନରୁ ଜନତା ପାର୍ଟି ଟିକେଟରେ ଲଢ଼ିବା ସହ ରାଜନୈତିକ ମହାରଥୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ।