oom

କେନ୍ଦୁପତ୍ର ଶ୍ରମିକଙ୍କୁ ଦେଇଥିବା ପ୍ରତିଶୃତି ସରକାର ପୁରଣ କରନ୍ତୁ : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ତୋଲାଳି, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ଦେଇଥିବା ସମସ୍ତ ପ୍ରତିଶୃତି ପାଳନ କରିବା ପାଇଁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛି । ଆଜି ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଫ୍ରେଜରପୁର ଗ୍ରାମ ଠାରେ ପାଇକମାଲ କେନ୍ଦୁପତ୍ର ରେଞ୍ଜ ସଭାପତି ମହେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଦାବୀ ଉପସ୍ଥାପନା କରାଯାଇଛି । କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା ପାଇଁ ଗତ ଜାନୁୟାରୀ ୧୩ ତାରିଖ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ରେଢାଖୋଲ କେନ୍ଦୁପତ୍ର ଶ୍ରମିକ ସମାବେଶରେ ଘୋଷଣା କରିଥିବା ବେଳେ ଆଜି ଯାଏଁ ଚାକିରୀ ସର୍ତ୍ତାବଳୀ ଲାଗୁ କରାଯାଇ ନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସଂପାଦକ କୋକିଲ ସାହୁ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦୁପତ୍ର ତୋଲାଳି ମାନଙ୍କ ଛାତ୍ର ବୃତ୍ତି, ବିବାହ ସହାୟତା ସରକାର ବନ୍ଦ କରି ଦେଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ସିଜିନାଲ କର୍ମଚାରୀ ମାନଙ୍କ ପ୍ରତି ୩ ବର୍ଷରେ ମଜୁରୀ ବୃଦ୍ଧି କରାଯିବା, ବନ୍ଧେଇ ଚେକର, ସର୍କଲ ଚେକର ମାନଙ୍କ କାର୍ଯ୍ୟକାଳ ପୂର୍ବ ପରି ୧୦ ମାସ ଓ ୧୧ ମାସ ଲାଗୁ କରାଯିବା, ୧୯୭୩ ଗ୍ରାଜୁଏଟ ଆଇନ ଅନୁଯାୟୀ କେନ୍ଦୁପତ୍ର ସଂସ୍ଥାରେ ୬ ମାସରୁ ଅଧିକ କାର୍ଯ୍ୟ କରୁଥିବା ସିଜିନାଲ କର୍ମଚାରୀ ମାନଙ୍କୁ ଅବସର ବେଳେ ୧୫ ଦିନର ଗ୍ରାଜୁଏଟି ପ୍ରଦାନ କରିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ନେତା ଚୁଡାମଣି ପାଣିଗ୍ରାହୀ, ପାରେଶ୍ୱର ପାତ୍ର, ପିକ ନନ୍ଦ, ପଞ୍ଚାନନ ପ୍ରଧାନ, ବେଣୁଧର ସାହୁ, ନୀଳମଣି ସାହୁ, ବିଶ୍ୱମ୍ବର ପାତ୍ର, ଗୁଣନିଧି ଶବର, ଧିରୁ ବରିହା, ଅଲ୍ୟା ହରିପାଲ, ଗଣେଶ ବରିହା ଆଦି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.