ସ୍ୱର୍ଗତ ଶ୍ରୀମତୀ କୁନ୍ଦନ ଦେବୀଙ୍କ ଦ୍ଵାଦଶ ଉପଲକ୍ଷେ ସ୍ମୃତିସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ ଓ ପୂର୍ବତନ ସରପଞ୍ଚ ଉମାକାନ୍ତ ସାହୁଙ୍କ ମାତା ସ୍ୱର୍ଗତ ଶ୍ରୀମତୀ କୁନ୍ଦନ ଦେବୀଙ୍କ ଦ୍ଵାଦଶ ଉପଲକ୍ଷେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମ ସ୍ଥିତ କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁବାସଚନ୍ଦ୍ର ମହାରଣା, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ନାରାୟଣ ରେଡି ପ୍ରମୁଖ ଯୋଗଦେଇ ସ୍ୱର୍ଗତ କୁନ୍ଦନ ଦେବୀଙ୍କ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଧନଞ୍ଜୟ ରେଡି, ସରପଞ୍ଚ ଦିଲିପ ଛୋଟରାୟ, ଜି.ସନ୍ତୋଷ ରେଡ୍ଡୀ, ସଦାଶିବ ଦାଶ, ପୂର୍ବତନ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବଟକୃଷ୍ଣ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧିର କୁମାର ବିଶ୍ବାଳ, ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ଶତୃଘ୍ନ ମହାଙ୍କୁଡ଼, ପୂର୍ବତନ ସରପଞ୍ଚ ବିଷ୍ଣୁ ପ୍ରସାଦ ସିଂଦେଓ, ଜୟସେନ ପ୍ରଧାନ, ଜନାର୍ଦ୍ଧନ ଦୋରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗିରଥି ରେଡି, ପ୍ରଭାକର ନାହାକ, ଜିଲ୍ଲା ବିଜେଡି ଉପସଭାପତି ଶିବ ପ୍ରସାଦ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ଦଣ୍ଡପାଣି ବେହେରା, ବ୍ଲକ ଯୁବ ସଭାପତି ଅନ୍ତର୍ଯ୍ୟାମୀ ବେହେରା, କରପଡ଼ା ଯୁବ ବିଜେଡି ନେତା ରାମଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ କୁନ୍ଦନ ଦେବୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରଘୁନାଥ, ଉମାକାନ୍ତ, ସତ୍ୟ ନାରାୟଣ ତିନି ପୁତ୍ର, ମତତା, ଲକ୍ଷ୍ମୀ, ରଶ୍ମି ତିନି ପୁତ୍ରବଧୁ, ନର୍ମଦା, କୁମୁଦିନି, ରଜନୀ ତିନି କନ୍ୟା ପ୍ରମୁଖଙ୍କ ସହ ଆତ୍ମୀୟ ସ୍ୱଜ୍ଜନ, ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.