ଡାକ୍ତରଙ୍କୁ ଅଜଣା ଗାଡି ଧକ୍କା ଦେଇ ଫେରାର : ଡାକ୍ତରଖାନାରେ ଭର୍ତ୍ତି

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ଜାମପଦର ଛକ ନିକଟରେ ଡାକ୍ତରଙ୍କୁ ଅଜଣା ଗାଡି ଧକ୍କା ଦେଇ ଫେରାର ମାରିଥିବା ବେଳେ ଡାକ୍ତର ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମତେ, ସଇଁନ୍ତଲାର ଡାକ୍ତର ସୁଜାତା ନିଜ ଘରକୁ ଫେରୁଥିବା ସମୟରେ ଏକ ବଲୋରୋ ଗାଡି ଦୃତ ଗତିରେ ଆସୁଥିବା ବେଳେ ପଛ ପଟରୁ ଧକ୍କା ଦେଇ ଫେରାର ମାରିଥିବା ବେଳେ ଡାକ୍ତର ଜଣକ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିବା ବେଳେ ତାଙ୍କର ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.