csstore

ଇସ୍ପାତ ଶ୍ରମିକଙ୍କ ମଜୁରୀ ଚୁକ୍ତିନାମା ଏବଂ ବୋନସ୍‌ ସମ୍ବନ୍ଧରେ ବିଏମ୍‌ଏସ୍‌ର ବିଚାର ମନ୍ଥନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଇସ୍ପାତ ମଜଦୁର ମହାସଂଘ (ବିଏମ୍‌ଏସ୍‌)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ରିପାଲ ସିଂଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ରାଜେନ୍ଦ୍ର ନାଥ ମହନ୍ତଙ୍କ ସଂଯୋଜନାରେ କେନ୍ଦ୍ରୀୟ ନେତା ତଥା ଇସ୍ପାତ ପ୍ରଭାରୀ ଦେବେନ୍ଦ୍ର କୁମାର ପାଣ୍ଡେ ଏହି ବୈଠକରେ ଯୋଗଦେଇ ଆଗାମୀ ରଣନୀତି ସଂପର୍କରେ ମାଗଦର୍ଶନ କରିଥିଲେ । ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବିଚାର ମନ୍ଥନ ବୈଠକରେ ରାଉରକେଲା, ବୋକାରୋ, ଭିଲାଇ, ଦୁର୍ଗାପୁର, ବର୍ଣ୍ଣପୁର, ସାଲେମ, ବିଶାଖାପାଟଣା, ଚାସନାଲା, ଟେନସା, ହେଲାଣି, କିରିବିରୁ, ମେଘାହାଡୁବୁରୁ, ଗୋଆ, ଚିଡିଆ, ରାଜହରା, ହିରି, ନନ୍ଦିନୀ ଆଦି ସ୍ଥାନରୁ ପ୍ରତିନିଧିମାନେ ଯୋଗଦେଇ ଥିଲେ । ଆଗାମୀ ୪ ଓ ୫ ତାରିଖରେ ହେବାକୁ ଥିବା ଏନଜେସିଏସ୍‌ ଏବଂ ବୋନସ୍‌ ମିଟିଂ ଉପରେ ଚର୍ଚ୍ଚା ଆଲୋଚନା କରାଯାଇ ବିଏମ୍‌ଏସ୍‌ର ରଣନୀତି ସ୍ଥିର କରାଯିବ ବୋଲି ଜଣାପଡ଼ିଛି । କୌଣସି ପରିସ୍ଥିତିରେ ମଧ୍ୟ ଇସ୍ପାତ ଶ୍ରମିକଙ୍କ ମନୋବଳ ଭାଙ୍ଗିବାକୁ ଦିଆଯିବ ନାହିଁ ଓ ସେମାନଙ୍କ ଆସ୍ଥା ପ୍ରକଟରେ ଧର୍ମଘଟକୁ ଅଦ୍ଭୂତପୂର୍ବ ସଫଳତା ପାଇଥିବାରୁ ସାଧାରଣ ସଂପାଦକ ଶ୍ରୀ ମହନ୍ତ ଧନ୍ୟବାଦ ଦେଇଛନ୍ତି ।

jayashree
Leave A Reply

Your email address will not be published.