ଭୁବନେଶ୍ଵର, (କେପିଏନ୍ଏସ୍) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨୩କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୧୫ଜଣ, ନୟାଗଡ଼ ଜିଲ୍ଲାରୁ ୧୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଜଣ ରହିଛନ୍ତି । ଅନୁଗୁଳ ଜିଲ୍ଲାରୁ ୫ଜଣ ଓ ନବରଙ୍ଗପୁର ଜିଲ୍ଲାରୁ ୪ଜଣ ରହିଛନ୍ତି । ସେହିପରି ଯାଜପୁର, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ଜଗତସିଂହପୁର ଓ ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । କୋରାପୁଟ , ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।