କେନ୍‌ସର ରୋଗୀ ବିଭୀଷଣଙ୍କୁ ସହାୟତା ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ଗ୍ରାମର ବିଭୀଷଣ ବାଗ ଜଣେ କେନ୍‌ସର ରୋଗୀ । ତାଙ୍କ ବୟସ ୬୫ । ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ରହିଛନ୍ତି । ସେ ଅତ୍ୟନ୍ତ ଗରିବ ନିସହାୟ ଅସହାୟ ହୋଇ ରହୁଛନ୍ତି । ତାଙ୍କ ଦେଖାରଖା କରିବାକୁ ପାଖରେ କେହି ନାହାନ୍ତି । ଆଗରୁ କୁଲି ମଜୁରୀ କୌଣସି ପ୍ରକାରରେ ଚଳି ଯାଉଥିଲେ । ଏବେ ବୟସର ଅପରାହ୍ନରେ ଚଳିବା କଷ୍ଟକର ହୋଇପଡୁଛି । ଖବର ପାଇ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲିର ସଦସ୍ୟମାନେ ତାର ଘରକୁ ଯାଇ ଏକ ମାସର ରାସନ ସାମଗ୍ରୀ ସହିତ କେନ୍‌ସର ଔଷଧ ପ୍ରଦାନ କରିଥିଲେ । ଏଥିରେ ଲାୟନ୍ସ କ୍ଲବର  ସଭାପତି ଲାୟନ୍ସ ରଶ୍ମୀ ରଞ୍ଜନ ପାଢ଼ୀ, ସୁନୀଲ ଅଗ୍ରୱାଲ, ସନ୍ତୋଷ ପ୍ରଧାନ, କୁଶ ପ୍ରଧାନ, ଶକଂର ପ୍ରସାଦ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ । ଏହି ସମୟରେ ଗ୍ରାମର ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ କର୍ମଚାରୀ ଗଙ୍ଗାଧର ମେହେର ଉପସ୍ଥିତ ଥିଲେ । ଆଗକୁ ଏପରି ସହଯୋଗ କରିବା ପାଇଁ ଲାୟନ୍ସ କ୍ଲବର ସଦସ୍ୟ ମାନେ କହିଥିଲେ । ସରକାରଙ୍କ ପ୍ରଶାସନିକ ସ୍ତରରେ ଏହି କେନ୍‌ସର ରୋଗୀ ବିଭୀଷଣଙ୍କ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.