csstore

ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ପିତାମହୁଲ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେଥିପାଇଁ ଗୁରୁବାର ଦିନର ସନ୍ଧ୍ୟାରେ ପିତାମହୁଲ ଗ୍ରାମର ସମସ୍ତ ମା-ଭଉଣୀ ମାଞ୍ଜିରମୁଢା ପୋଖରୀକୁ ଯାଇ କୀର୍ତ୍ତନ କରି କଳସ ଯାତ୍ରା କରିଥିଲେ । ଏଥିରେ କର୍ତ୍ତା ଦାୟିତ୍ୱରେ ଥିଲେ ନରହରି ପୁଞ୍ଜି ଓ ତାଙ୍କ ସ୍ତ୍ରୀ ପୁତନା ପୁଞ୍ଜି । ମନ୍ତ୍ର ପାଠ କରିଥିଲେ ଉମାଶଙ୍କର ତ୍ରିପାଠୀ । ଏଥିରେ ସହଯୋଗ କରିଥିଲେ ପୂଜା କମିଟିର ସଭାପତି କରମଚାନ୍ଦ ଜୈନ, ଶୀତଲ ଜୈନ, ଡୁଲମଣି ପୁଞ୍ଜି, ଲାଲକୃଷ୍ଣ ଖର୍ସେଲ, ନିରଞ୍ଜନ ବାଗ, ଦୀନ ବାଗ, ରାଜ ଭୁବନ ବାଗ, ନୀଳମଣି ବାଗ, ମକରନ୍ଦ ବାଗ ତଥା ସମସ୍ତ ଗ୍ରାମବାସୀ। ଶୁକ୍ରବାର ଦିନ ସକାଳରୁ ନାମ ଯଜ୍ଞ ଆରମ୍ଭ ହେବ ।

jayashree
Leave A Reply

Your email address will not be published.