centurian jitm

ଟ୍ୟାଙ୍କର-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ

ଜହ୍ନାପଙ୍କ : ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ପୋଡାବଲସ ଛକ ନିକଟରେ ଗୋଟିଏ ଟ୍ୟାଙ୍କର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବଡ ଖଲିଗାଁ ଗ୍ରାମର ସୁମନ୍ତ ରଣା । ପଦ୍ମନପୁର ଗ୍ରାମ ପଞ୍ଚାୟତ ବଡ ଖଲିଗାଁ ଗ୍ରାମର ସୁମନ୍ତ ରଣା ଏକ ବାଇକ ଯୋଗେ ବୌଦ୍ଧ ପଟରୁ ନିଜ ଗାଆଁକୁ ଫେରୁଥିଲେ । ଏହି ସମୟରେ ପୋଡା ବଲସ ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ସୁମନ୍ତଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ ଓ ବୌଦ୍ଧ ଆଇଆଇସି ରଂଜିତ କୁମାର ମୁନୀ ଘଟଣା ସ୍ଥଳରେ ପହଞ୍ଚି ଟ୍ୟାଙ୍କର ଓ ବାଇକକୁ ଜବତ କରି ମୃତଦେହକୁ ଏକ ଅଟୋ ଯୋଗେ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତରଖାନାକୁ ଆଣିଥିଲେ । ଟ୍ୟାଙ୍କର ଡ୍ରାଇଭର ଓ ହେଲପରକୁ ଜହ୍ନାପଙ୍କ ଫାଣ୍ଡିରେ ଅଟକ ରଖି ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.