ସାମ୍ବାଦିକଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ବହଳପଦର ପଞ୍ଚାୟତ ଠେଲକୋମୁଣ୍ଡା ଗାଁର ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କ ମାତା ସୁଶୀଳା ହାତୀ(୫୯)ଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ହେଲା ସେ ଅସୁସ୍ଥ ଥିବା ସହିତ ଶଯ୍ୟାଶାୟୀ ଥିଲେ । ସେ ଜଣେ ଧର୍ମପରାୟଣା, ମେଳାପୀ ତଥା ମିଷ୍ଟଭାସି ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ମର ଶରୀରକୁ ନିଜ ଜନ୍ମମାଟି ଠେଲକୋମୁଣ୍ଡା ସ୍ଥିତ ଶ୍ମଶାନରେ ଅନ୍ତିମ ସାଂସ୍କାର କରାଯାଇଥିଲା । ଶୋକାକୁଳ ପରିବେଶରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.

error: Content is protected !!