ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆଜି ଅପରାହ୍ନ ୧ଟା ସମୟରେ ମୁରିବାହାଲ ଧନୁଯାତ୍ରା ପଡ଼ିଆଠାରେ ଆସନ୍ତା ୨୮ ତାରିଖ ଗୁରୁବାର ଦିନ ଆରମ୍ଭ ହେବାକୁ ଥିବା ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏହି ଶୁଭସ୍ତମ୍ଭଟି ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରଠାରୁ ଆଣି ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର କର୍ମକର୍ତ୍ତା, ସଦସ୍ୟ ଓ ଗ୍ରାମର ମହିଳାମାନେ ଶୋଭାଯାତ୍ରା କରି ଧନୁଯାତ୍ରା ପଡିଆରେ ଉପସ୍ଥିତ ହୋଇଥିଲେ । ଏହି କାର୍ୟ୍ୟକ୍ରମରେ କର୍ତ୍ତା ଭାବେ ଲକ୍ଷ୍ମୀକାନ୍ତ ଧରୁଆ ଓ ତାଙ୍କର ଧର୍ମପତ୍ନୀ ଶୁଭକେଶି ଧରୁଆ କାର୍ୟ୍ୟ ତୁଲାଇଥିଲେ । ପୂଜକ ଭାବେ କାଶୀନାଥ ଦାସ ଉପସ୍ଥିତ ରହି ପୂଜକ କାର୍ୟ୍ୟ ସମ୍ପାଦନ କରିଥିଲେ । ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର ସଭାପତି ଶ୍ରୀବତ୍ସ ବେହେରାଙ୍କ ନେତୃତ୍ବରେ ପୂଜାବିଧି କାର୍ୟ୍ୟ ପରିଚାଳିତ ହୋଇଥିଲା । ଏହି କାର୍ୟ୍ୟରେ ଉପସଭାପତି ନିରଞ୍ଜନ ସାହୁ, ଶ୍ୟାମସୁନ୍ଦର ଝାଙ୍କର, ଦିବ୍ୟ ସୁନ୍ଦର ସାହୁ, କାର୍ୟ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତି, ବିଶ୍ଵ ବିହାରୀ ଯୋଶୀ, ସୁଦାମ ସାହୁ, ସାଧାରଣ ସମ୍ପାଦକ ତରୁଣ ପୋଢ଼, ସମ୍ପାଦକ ଭରତ ଦାସ, ପ୍ରେମାନନ୍ଦ ମଝି, କୋଷାଧ୍ୟକ୍ଷ ପଦ୍ମଲୋଚନ ସାହୁ, ରମାରଞ୍ଜନ ପାତ୍ର, ସାଂସ୍କୃତିକ ସମ୍ପାଦକ ରମେଶ କୁମାର ନାଗ, ନେପାଳ ସାହୁ, ସେମନ୍ତ ବାଗ, ବୈରାଷ୍ଟ୍ର ପୋଢ଼, ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ, ବନବିହାରୀ ଯୋଶୀ ଉପସ୍ଥିତ ଥିଲେ । ଏହି ଶୁଭ କାର୍ୟ୍ୟରେ ବ୍ଲକ ସ୍ତରୀୟ ଧନୁଯାତ୍ରା ପରିଚାଳନା କମିଟିର କୁନ୍ତ ପୋଢ଼, କିଶୋର ପୃଷ୍ଟି, ଭୀଷ୍ମରାଜ୍ ମେହେର, ହୃଦାନନ୍ଦ ସାହୁ, ପଙ୍କଜ ସାହୁ, ବିଜୟଲାଲ ଦୀପ, ଅଜିତ ବାଗ, ଉଦିତ କୁମାର କଟା, ନୀତିଶ କୁମାର ସାହୁ, ହରି ହାତୀ, ବ୍ରହ୍ମ ପୋଢ଼, ସୁଶାନ୍ତ ରତେଇ, ହେମନ୍ତ ସାହୁ, ଶିବା ରାଉତ, ବିରଞ୍ଚି ଭୋଇ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ମୁରିବାହାଲ୍ ରାଧାକୃଷ୍ଣ ଓ ଶିବ ମନ୍ଦିର ସଂକୀର୍ତ୍ତନ ମହିଳା ଦଳ ଓ ମୁରିବାହାଲ ବଜାରପଡା ସଂକୀର୍ତ୍ତନ ଦଳ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.