ପରିବାର ପ୍ରତିପୋଷଣ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ କଦମ୍ବପଡାର ଶ୍ୟାମ ନାଗ

ବଲାଙ୍ଗିର, (କେପିଏନ୍ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ କଦମ୍ବପଡାର ଶ୍ୟାମ ନାଗ ପରିବାର ପ୍ରତିପୋଷଣ ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଶ୍ୟାମଙ୍କ କହିବା ଅନୁସାରେ ତାଙ୍କୁ କିଛି ବର୍ଷ ହେବ ମଧୁମେୟ ରୋଗ ହୋଇ ତାଙ୍କ ଆଖିର ଦୃଷ୍ଟିଶକ୍ତି କମି ଯାଇଛି । ଯାହାଫଳରେ ସେ କାମ କରିବା ପାଇଁ ଯାଇପାରୁ ନାହାନ୍ତି । ତାଙ୍କ ସନ୍ତାନ ମାନେ ମଧ୍ୟ ଛୋଟ ଛୋଟ ଥିବାରୁ ପରିବାର ପ୍ରତିପୋଷଣ କରିବା ମଧ୍ୟ କଷ୍ଟ କର ହୋଇପଡିଛି । ଏଥିପାଇଁ ସେ ଉପଜିଲ୍ଲାପଳଙ୍କ ଦ୍ଵାରସ୍ତ ହୋଇଥିଲେ । ଉପଜିଲ୍ଲପାଳ ଶ୍ୟାମଙ୍କୁ କାର୍ଡ ଖଣ୍ଡିଏ ଦେଇ ପୌରାଞ୍ଚଳକୁ ଗଲେ ଭତ୍ତା ମିଳିବ ବୋଲି କହିଥିଲେ । କିନ୍ତୁ ବଡ ଦୁର୍ଭାଗ୍ୟର କଥା ଯେ ପୌରାଞ୍ଚଳକୁ ବହୁବାର ଗଲା ପରେ ମଧ୍ୟ ତାଙ୍କୁ ଏଯାଏଁ ଭତ୍ତା ମିଳିନି । ଯାହାଫଳରେ ଆଜି ସେ ବାଧ୍ୟ ହୋଇ ଜିଲ୍ଲପାଳଙ୍କ ଦ୍ୱାରସ୍ତ ହୋଇଥିବା କହିଛନ୍ତି ।

Leave A Reply

Your email address will not be published.