Browsing Tag

bhabanipatana news

ମାଲ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

ଭବାନୀପାଟଣା, (ପି.କେ.ସାହୁ) : ଭବାନୀପାଟଣା ମାଣିକେଶ୍ୱରୀ ଛକ ନିକଟରେ ଛିଡା ହୋଇଥିବା ୧୪ ଚକିଆ ମାଲ ବୋଝେଇ ଟ୍ରକ୍‌ରେ ହଠାତ୍ ନିଆଁ ଲାଗିଯାଇଥିବା ଜଣାପଡିଛି । ଦେଖୁ ଦେଖୁ ହୁ ହୁ ହୋଇ ଜଳିବାକୁ ଲାଗିଥିଲା ଟ୍ରକ୍‌ । ଟ୍ରକ୍‌ ଠାରୁ ମାତ୍ର ୧୦୦ ମିଟର ଦୂରରେ ପେଟ୍ରୋଲ ପମ୍ପ ଓ ମଲ୍‌
Read More...

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ବିଜ୍ଞାନ ଦିବସ ପାଳିତ

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ୟଙ୍ଗଷ୍ଟାର କ୍ଲବ ତିଳଯୋଡିର ମିଳିତ ଉଦ୍ୟମରେ ତିଳଯୋଡି
Read More...

ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ବିକାଶ ତାଲିମ ଶିବିର ଅନୁଷ୍ଠିତ

ଭବାନୀପାଟଣା, (ପି.କେ.ସାହୁ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ପଲିଟେକନିକ୍‌ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୩ ଦିନିଆ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ସରକାରୀ ଅଧିକାରୀ ଧନୁର୍ଜୟ ଧୋବା

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ସୋମବାର ଜଣେ ସରକାରୀ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି । ସେ ହେଲେ ମୃତ୍ତିକା ସଂରକ୍ଷଣ ବିଭାଗ ପର୍ଯ୍ୟବେକ୍ଷକ ଧନୁର୍ଜୟ ଧୋବା । ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର
Read More...

ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଜିପଦରର ଶୁକ୍ରବାର ୫୦ ବର୍ଷ ପୂର୍ତ୍ତୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ
Read More...

ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳ ବିଭାଜିକା ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ବଳ । ଭବାନୀପାଟଣା ସହର ଉପକଣ୍ଠସ୍ଥିତ ଜଳଶକ୍ତି କେନ୍ଦ୍ର କାର୍ଯ୍ୟାଳୟରେ ଜଣେ ଷ୍ଟାଫ୍‌ଙ୍କ ପାଖରୁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ
Read More...

ପୋଖରୀରେ ବୁଡି ଶିଶୁ ମୃତ

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲା ଧର୍ମଗଡ ସହରରେ ପୋଖରୀରେ ବୁଡି ଯାଇ ଦେଢ଼ବଷର୍ର୍ର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ପୁଅ ଜଣକ ସ୍ଥାନୀୟ ଏନଏସି ସଫେଇ କର୍ମଚାରୀ ରିତେନ୍ଦ୍ର ସୁନାନିଙ୍କ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ରିତେନ୍ଦ୍ରଙ୍କ ଘର ବନ୍ଧ
Read More...

ଜୀବନ ସେବା ଫାଉଣ୍ଡେସନ ତରଫରୁ କଳାହାଣ୍ଡିର ବିଭିନ୍ନ ଜାଗାରେ ଶୀତବସ୍ତ୍ର ବଣ୍ଟନ

ଭବାନୀପାଟଣା, (ପି.କେ. ସାହୁ) : ଭୁବନେଶ୍ୱର ସହରର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଜୀବନ ସେବା ଫାଉଣ୍ଡେସନ ତରଫରୁ ଗତ ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଆଦିବାସୀ ଗାଁମାନଙ୍କରେ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । ବର୍ତ୍ତମାନ କଳାହାଣ୍ଡିରେ ହାଡଭଙ୍ଗା ଶୀତ ଲହରୀ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

ଭବାନୀପାଟଣା, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାରେ ରବିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ଭବାନୀପାଟଣା ସଦର ଥାନା ଅଧୀନ ବେଲାମାଲ ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଗ୍ୟାସ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ
Read More...

ବସ୍ ଓ କାର୍ ମୁହାଁମୁହିଁ ଧକ୍କା, ୨ ମୃତ

ଭବାନୀପାଟଣା/କେସିଙ୍ଗା, (ପି.କେ. ସାହୁ) : ୨୬ ନମ୍ଵର ଜାତୀୟ ରାଜପଥ କେସିଙ୍ଗା ଥାନା ଚାଞ୍ଚେର ସ୍ଥିତ ପାଣି ପାଉଚ ଫ୍ୟାକ୍ଟ୍ରି ନିକଟରେ ସୋମବାର ବିଳମ୍ଵିତ ରାତିରେ ବସ୍ ଓ କାର୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।
Read More...