ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ମେହେର ଏସୋସିଏସନ ଓ ଅନ୍ୟାନ୍ୟ କ୍ଲବ ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତିର ପୁନବିଚାର କରିବା ପାଇଁ କ୍ରୀଡା ସଚିବଙ୍କୁ ପତ୍ର ଲେଖିଥିବାର ଜଣାଯାଇଛି । ଏ ନେଇ କ୍ରୀଡାପ୍ରେମୀ ମହଲରେ ଦେଖା ଦେଇଥିବା ଅସନ୍ତୋଷକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଦିବାସୀ ବହୁଳ ସମ୍ବଲପୁର ଜିଲ୍ଲାରେ ଫୁଟବଲ ଏକ ପ୍ରମୁଖ କ୍ରୀଡା ଓ ଏହାର ଇତିହାସ ମଧ୍ୟ ବେଶ ସମୃଦ୍ଧ, ଏହି କ୍ରୀଡା ହଷ୍ଟେଲ ଜରିଆରେ ବହୁ ଜାତୀୟ ସ୍ତରର ଖେଳାଳି ବାହାରିଛନ୍ତି ।

Leave A Reply

Your email address will not be published.