om academy

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ : ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡ଼ାସମ୍ବର ସ୍ଫୋଟିଂ ଓ ବଲାଙ୍ଗିର ଭେଟାଭେଟି

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ଛିନ୍ଦେଇକେଲା ଗ୍ରାମର ଲୋକସଂଖ୍ୟା ପାଖାପାଖି ୨୦୦୦ । ଏହା ଜାମସେଠ ବସଷ୍ଟାଣ୍ଡରୁ ପାଖାପାଖି ୫ କିମି ଦୂରରେ ଅବସ୍ଥିତ । ଛିନ୍ଦେଇକେଲାକୁ କିଏ ନ ଜାଣେ, ଛୋଟ ଛୋଟ ଗାଁ, ଜିଲ୍ଳା, ରାଜ୍ୟର କ୍ରୀଡ଼ାପ୍ରେମୀ ସଭିଏଁ ଜାଣ‌ନ୍ତି । ପ୍ରତିବର୍ଷ ଡିସେମ୍ବର ୨୪ ତାରିଖ ଆରମ୍ଭ ୭ ଦିନିଆ କ୍ରିକେଟ ମହାସମର ପର୍ବ। ଶହ ଶହ କ୍ରିଡାପ୍ରେମୀ ବେଶ ଉପଭୋଗ କରନ୍ତି । ୧୯୯୪ ମସିହାର କଥା, ସେହି ସମୟରେ ପଦ୍ମପୁର ବୋଡ଼ାସମ୍ବର କପ ଆରମ୍ଭ ହୋଇଥାଏ । ଯଦିଓ ଗାଁ ଯୁବକ କ୍ରିକେଟ ଖେଳୁଥିଲେ, ସେମାନଙ୍କ ମନରେ ଆଗ୍ରହ ହେଲା ଟୁର୍ଣ୍ଣାମେଣ୍ଟ କରିବା ପାଇଁ କିଛି ବରିଷ୍ଠ ସଭ୍ୟ ରମେଶ ସାହୁ, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ ସାହୁ, ବିଭୁତି ସାହୁ, ଆନନ୍ଦ ସାହୁ ଆଲୋଚନା କରି ୧୯୯୪ ମସିହାରୁ ଛୋଟିଆ ଭାବରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ କଲେ । ଏଥିରେ ଆଖପାଖ ଆଞ୍ଚଳିକ ଦଳ ଗୁଡିକ ଅଂଶଗ୍ରହଣ କରିଥିଲେ ।

ଏହିପରି କିଛି ବର୍ଷ ଆଞ୍ଚଳିକ ଦଳ ଅଂଶଗ୍ରହଣ କରିବା ପରେ ଧୀରେ ଧୀରେ ପଦ୍ମପୁର, ପାଟଣାଗଡ଼, କଣ୍ଟାବାଞ୍ଜି ଇତ୍ୟାଦି ସହରାଞ୍ଚଳକୁ ନେଇ ଆୟୋଜନ କରାଗଲା ଛିନ୍ଦେଇକେଲା କପ୍‌ । ଏହି ଟୁର୍ଣ୍ଣାମେଣ୍ଟକୁ ଆଗକୁ ବଢାଇବା ପାଇଁ କିଛି ଉପଦେଷ୍ଟା ଶତ୍ରୁଘନ ଭୋଇ, ସହଦେବ ରଣା , ରାମଚନ୍ଦ୍ର ସାହୁ ଗାଁ କ୍ରିକେଟ ପିଲାଙ୍କୁ ଉତ୍ସାହ ନେଇ ୧୫ ବର୍ଷ ପରେ ଅର୍ଥାତ୍ ୨୦୧୦ ମସିହାରୁ ପ୍ରଶାନ୍ତ କୁମାର ସାହୁ କ୍ଳବ ଦାୟିତ୍ଵ ଦିଆଗଲା । ତାଙ୍କ ମନରେ ଜାଗ୍ରତ ଉତ୍ସାହ ବଳରେ ଡ୍ୟୁଜ୍ ବଲରେ ଆୟୋଜନ କରିବା ପାଇଁ ଖେଳାଳୀ, ଉପଦେଷ୍ଟା, ବିଶିଷ୍ଟ ବ୍ୟକ୍ତିଙ୍କ ସମର୍ଥନ ଚାଲିଲା ଡ୍ୟୁଚ୍ ବଲ ଟୁର୍ଣ୍ଣାମେଣ୍ଟ । ଏହା ପରେ ବରଗଡ଼, ସମ୍ବଲପୁର, ବଲାଙ୍ଗିର, କଟକ, ଭୁବନେଶ୍ୱର ଦଳ ଅଂଶଗ୍ରହଣ କରି ବସିଲେ । ଏ ଅଞ୍ଚଳର କ୍ରୀଡାପ୍ରେମୀ, ଖେଳାଳୀ, ଭଦ୍ରବ୍ୟକ୍ତିଙ୍କ ପ୍ରବଳ ଜନ ସମର୍ଥନ ବଳଲେ ଆଗେଇ ଆସି ସର୍ବଭାରତୀୟ ସ୍ତରରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଗଲା । ଏଥିରେ ରାଜ୍ୟ ବାହାରୁ ରାୟପୁର, ରାଞ୍ଚି, ନାଗପୁର, ବିଲାସପୁର,ଦୁର୍ଗ, ଦିଲ୍ଳୀ, ଜାମସେଦପୁର, ଚକ୍ରଧରପୁର, କାକିନାଡ଼ା ବଛା ବଛା ଦଳ ଅଂଶଗ୍ରହଣ କରି ଛିନ୍ଦେଇକେଲା ମାଟି ତଥା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଖେଳିଯାଇଛନ୍ତି । ଗତ ବର୍ଷ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସିଲଭର ଜୁବିଲି ପାଳନ କରିଥିଲେ । ଲାଳମନି କପ, ବୋଡାସମ୍ବର କପ, ଓ୍ବାଏମସି କପ, ବାମଣ୍ଡା କପ ଭଳି ଅନେକ ପ୍ରତିଯୋଗିତା ଓଡ଼ିଶାରେ ହେଉଥିବ । କିନ୍ତୁ ଏସବୁ ସହରାଞ୍ଚଳରେ ହେଉଥିବା ବେଳେ ଛିନ୍ଦେଇକେଲା କପ୍‌ ଏକ ମାତ୍ର ପ୍ରତିଯୋଗିତା, ଯାହା ଏକ ଗ୍ରାମାଞ୍ଚଳରେ ସର୍ବଭାରତୀୟ ସ୍ତରରେ ଆୟୋଜିତ ହେଉଛି, ତାହା ପୁଣି ବିନା କୌଣସି ପ୍ରାୟୋଜକ କି ବିନା କୌଣସି ସରକାରୀ ପ୍ରୋତ୍ସାହନରେ । ଏହି ଅଞ୍ଚଳର ଅଞ୍ଚଳବାସୀଙ୍କ ଅନୁଦାନ ସମର୍ଥନ ଭାଇଚାରାରେ ଆୟୋଜିତ ହେଉଛି ସର୍ବଭାରତୀୟ ସ୍ତରରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏ ଅଞ୍ଚଳର କ୍ରିଡ଼ା ବିକାଶ ନେଇ ଓଡ଼ିଶା ସରକାରଙ୍କ କ୍ରୀଡା ମନ୍ତ୍ରାଣାଳୟ ତରଫରୁ ଏଠାରେ ମିନି ଷ୍ଟାଡିୟମ ନିର୍ମାଣ ହୋଇଛି । ଏହି ପଡିଆକୁ ମଖନାମୁଣ୍ଡା ଗାଁର ଗୌନ୍ତିଆ ସ୍ବଗର୍ତ ଚନ୍ଦ୍ରଶେଖର ମଲ୍ଲିକ ଏ ଅଞ୍ଚଳର ଶିକ୍ଷା ଓ କ୍ରୀଡ଼ାର ବିକାଶ ନିମନ୍ତେ ୭ ଏକର ଜମି ଦାନ କରିଥିଲେ । ତାଙ୍କ ନାମ ଅନୁସାରେ ଏହି ଷ୍ଟାଡିୟମର ନାମ ଚନ୍ଦ୍ରଶେଖର ମିନି ଷ୍ଟାଡିୟମ ନାମରେ ନାମିତ କରାଯାଇଛି । ଆଜି ସେହି ଷ୍ଟାଡିୟମରେ ୨୬ତମ ଛିନ୍ଦେଇକଲା କପ୍‌ ଉଦଘାଟିତ ହେବ । ଏବବର୍ଷ କୋଭିଡ-୧୯ କଟକଣା ଯୋଗୁଁ ସର୍ବଭାରତୀୟ ସ୍ତରରେ ଆୟୋଜିତ ନହୋଇ ଆନ୍ତଜିଲ୍ଳା ସ୍ତରୀୟ ଟୁର୍ଣ୍ଣାମେଣ୍ଟ ହେବ । ଏହା ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୦ ଫାଇନାଲ ମ୍ୟାଚରେ ଅନୁଷ୍ଠିତ ହେବ । ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡାସ‌ମ୍ବର ସ୍ଫୋଟିଂ ବଲାଙ୍ଗିରକୁ ଭେଟୁଥିବା ବେଳେ ପ୍ରତ୍ୟେକ ମ୍ୟାଚ ସକାଳ ୧୦.୩୦ ଆରମ୍ଭ ହୋଇ ସନ୍ଧ୍ୟା ୪.୩୦ ସୁଦ୍ଧା ଶେଷ ହେବ ବୋଲି ଆୟୋଜକ ସଭାପତି ଆନନ୍ଦ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.