pr

କବିତା : ମାଁର ଦୁଖ୍

dr. purohit

ବଂଶୀଧର ମାଝୀ
କିଏ ବୁଝି ପାରବା ମାଁର ଦୁଃଖ
କାଂଦସି କାଏଁ ଯେ ପୁର୍‌ଥି
ଯେ ବୁଝି ପାରସି ଆତ୍‌ମାର ଲୁହୁନେ
ତାର ପଛେ କିହେ ନାଇଁ ।

ଚାଲିଛେ ଯେତେ ପାପର ଖେଲ୍‌
ସବୁ ଦେଖୁଛେ ଧରମ୍ ଦେବତା
ରକତ ଦେଇ ଜମନ୍ ହେଇଛୁ ଯାହାକେ
ସେ କରି ଦେଇଛେ ଏକଲା ।

ବାଦଲ୍‌କେ ଦେଖି କହୁଛେ ମାଏଟ
ମଉଲା ପୁର୍‌ଥିର ଗୁହାରି
ସମୁଦ୍ର ଲେଖୁଛେ ନିର୍ଜୀବ କବିତା
ମୁଁଡ ପିଟୁଛେ ଗରିବୀ ।

ମାୟା ଘୁଡାନେ ବସି କୁଦୁଛେ ଦୁନିଆଁ
ନିଜର୍‌କେ ପର୍‌ କରି
ଦିନ କାଲ୍ ଆଏବା ପସ୍‌ତାବୁ ବାବୁରେ
ନାଇଁହ’ ଆରୁ ବାଇ ।

ଶହୀଦ ତାର ଜିବନ୍‌କେ ସଅଁପି ଦେଇଛେ
କାଏଁଯେ ଅଂଧାରେ ଅଛୁ ତୁଇ
କୁଦିଯା’ ମାଁ ମାଟିର ସେବାର ଲାଗି
ସମାଜ ସେବାରେ ମାଁର ନାଁ ଗାଇଫ

ଫିର୍‌ବୁ ଯଦିର ମୁଡିଆ ମାରବୁ
ତିନ୍‌ ରଂଗିଆ ଧଜାକେ
ହାରି ଗଲେ ବି ଚିନ୍ତା ନାଇଁନ
ଶୁଇଯିବୁ ମାଁର କୁଲେ ।

ଇତିହାସ୍‌ ତତେ ସଲାମ୍‌ କର୍‌ବା
ତୋର ଗୁନ ହେତାବା, ଗାଏବା । ।

ଫଟାମୁଣ୍ତା, ଘଣ୍ଟାପଡା, ବୌଦ୍ଧ
ମୋ‐ ୯୧୭୮୮୦୩୩୮୮

nrusinghnath
Leave A Reply

Your email address will not be published.