ଟାଟାପାୱାରରୁ ଲଟେରୀ ମାଧ୍ୟମରେ ଉପହାର ପାଇବେ ଉପଭୋକ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଟାଟାପାୱାର ପାଇକମାଲ ସବଡ଼ିଭିଜନ୍‌ ଏସ୍‌ଡିଓ ମନରଞ୍ଜନ ନାୟକ ସୋମବାର ବିଶ୍ୱକର୍ମା ପୂଜା ଅବସରରେ ୩ ଜଣ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପ୍ରତି ମାସ ଯେଉଁ ବିଦ୍ୟୁତ୍‌ ଉପଭୋକ୍ତା ଘରୋଇ ବିଦ୍ୟୁତ୍‌ ବିଲ୍‌ ପୈଠ କରୁଥିବ ସେ ଏହି ପୁରସ୍କାର ଲଟେରୀ ମାଧ୍ୟ୍ୟମରେ ପାଇ ପାରିବ । ଏବଂ ଗୋଟିଏ ସବଡ଼ିଭିଜନ୍‌ରେ ମାସକୁ ୩ ଜଣଙ୍କୁ ଏହି ପୁରସ୍କାର ମିଳିବ । ଏହି ଲଟେରୀର ନାମ ରଖା ଯାଇଛି – ଖୁଲ୍‌ ଯା ସିମ୍‌ ସିମ୍‌ -ପ୍ରତି ମାସ ଏହି ପୁରସ୍କାର ୩ ଜଣଙ୍କୁ ଦିଆଯାଉଛି । ଆଜି ପାଇକମାଲ ସବଡ଼ିଭିଜନ୍‌ରେ ରାଜୀବ ଖରସେଲ, ନିମାଇଁ ଚରଣ ସାହୁ, ତରୁ ମାଝୀ ଯଥାକ୍ରମେ ମୋବାଇଲ, ରେଡ଼ିଓ, ସୋଲାର ଲାଇଟ୍‌, ଗୋଟିଏ ଲେଖାଏଁ ପୁରସ୍କାର ପାଇଛନ୍ତି । ପୁରସ୍କାର ବିଜେତାଙ୍କୁ ତୁମେ ପୁରସ୍କାର ପାଇ ଖୁସି ତ ବୋଲି ପଚାରିବାରୁ ହସି ହସି ସେମାନେ ଆହୁରି ଟିକିଏ ଦାମିକା ଜିନିଷ ଦେଲେ ଭଲ ହୁଅନ୍ତା ବୋଲି କହିଥିଲେ ।

Leave A Reply

Your email address will not be published.