centurian jitm

ନୂଆ ପଲିସି ଆଣିଲା ୟୁଜିସି : ଏଣିକି ସ୍ନାତକ ଡ଼ିଗ୍ରୀ ହାସଲ ପାଇଁ ୪ ବର୍ଷ ପଢ଼ିବାକୁ ହେବ

nschool

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିନି ବର୍ଷ ନୁହେଁ ଏଣିକି ଚାରି ବର୍ଷ କଲେଜ ଅବା ବିଶ୍ୱବିଦ୍ୟାଳୟରେ ପଢିବେ ସ୍ନାତକ ଶ୍ରେଣୀ ଛାତ୍ରଛାତ୍ରୀ । ୟୁଜିସି ନୂଆ ଶିକ୍ଷାନୀତି ଅନୁଯାୟୀ ପଲିସି ପ୍ରସ୍ତୁତ କରି ନୂତନ ପାଠ୍ୟଖସଡା ପ୍ରସ୍ତୁତ କରିଛି । ଗବେଷଣା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ଡ୍ରପ୍ ଆଉଟ ହାର ରୋକିବାକୁ ବି ବ୍ୟବସ୍ଥା କରାଯାଇଛି । ତେବେ ପିଲାଙ୍କ ମନରେ ପ୍ରଶ୍ନ ଯେ’ ୪ ବର୍ଷ ସ୍ନାତକ କଲେ କମ୍ଫିଟେଟିଭ ପାଇଁ ବର୍ଷେ ସମୟ ନଷ୍ଟ ହେବ । ଶିକ୍ଷାବିତ୍‌ଙ୍କ କହିବା ହେଲା, ଏପରି କୌଣସି ସମସ୍ୟା ଉପୁଜିବ ନାହିଁ । ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିବ ଯୁକ୍ତ ତିନିର ଢାଞ୍ଚା । ପିଲାଏ ତିନି ବର୍ଷ ବଦଳରେ ୪ ବର୍ଷ ପାଠ ପଢିବେ । ଅଧାରୁ ପାଠ ଛାଡିଲେ ବି ପୁଣି ଥରେ ଛାଡିଥିବା ବର୍ଷରୁ ପାଠ ପଢିପାରିବେ । ଡ୍ରପ୍ ଆଉଟ ହାର କମାଇବା ସହ ପିଲାଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି । ଆଉ ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ଶିକ୍ଷାନୀତି ଆଧାରରେ ପ୍ରସ୍ତୁତ କରିଛି ଡ୍ରାଫ୍ଟ ପଲିସି ।

ଅନର୍ସ ରଖି ପିଲା ପାଠ ପଢିଲେ ୪ ବର୍ଷ ପଢିବାକୁ ହେବ । କେବଳ ଡିଗ୍ରୀ ହାସଲ କରିବାକୁ ହେଲେ ତିନି ବର୍ଷ ପଢିବେ । କୌଣସି କାରଣ ପାଇଁ ଯଦି ପିଲାଏ ଅଧାରୁ ପାଠ ଛାଡୁଛନ୍ତି, ତେବେ ସେମାନଙ୍କ ପାଇଁ ତିନି ବର୍ଷ ସମୟ ଭିତରେ ପୁଣିଥରେ ଫେରି ଡିଗ୍ରୀ ହାସଲ କରିବାର ସୁଯୋଗ ରହିବ । ସର୍ବାଧିକ ୭ ବର୍ଷ ଭିତରେ ଯୁକ୍ତ ତିନି ଶେଷ କରିବାକୁ ହେବ ପିଲାଙ୍କୁ ।  ସେହିପରି ଯେଉଁ ମାନେ ଅନର୍ସ ସହ ଗବେଷଣା କ୍ଷେତ୍ରରେ ଅଧ୍ୟୟନ କରିବେ, ସେମାନଙ୍କୁ ଡିଗ୍ରୀ ୱିଥ୍ ସ୍ପେଶାଲାଇଜେସନ୍ ସାର୍ଟିଫିକେଟ ମିଳିବ । ଯାହାକି ସେମାନଙ୍କୁ ପିଏଚ୍‌ଡିରେ ସହାୟକ ହେବ । ତେବେ ପିଲାଙ୍କ ଭିତରେ ୪ ବର୍ଷିଆ କୋର୍ସକୁ ନେଇ ମିଶ୍ର ପ୍ରତିକ୍ରିୟା ୪ ବର୍ଷ ହେବା ଫଳରେ ୟୁପିଏସ୍‌ସି ଏବଂ ଓପିଏସ୍‌ସି ପରୀକ୍ଷା ଦେବା ପାଇଁ ବର୍ଷେ ସମୟ ନଷ୍ଟ ହେବ ବୋଲି ଆଶଙ୍କା କରିଛନ୍ତି ।

ଯେଉଁମାନେ ବର୍ତ୍ତମାନ ଚଏସ୍ ବେସ୍‌ଡ କ୍ରେଡିଟ ସିଷ୍ଟମ ବା ସିବିସିଏସ୍‌ରେ ନାମ ଲେଖାଇଛନ୍ତି, ସେମାନେ ମଧ୍ୟ ଚାହିଁଲେ ଏହି ୪ ବର୍ଷିଆ ନୂଆ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇପାରିବେ । ବିଶ୍ୱବିଦ୍ୟାଳୟ ଏଥିପାଇଁ ବ୍ରିଜ୍ କୋର୍ସ ବା ସ୍ୱତନ୍ତ୍ର କୋର୍ସ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ କ୍ଲାସ୍ ଜରିଆରେ କରି ଛାତ୍ରଛାତ୍ରୀଙ୍କ ଡାଉଟ କ୍ଲିଅର କରିବେ । ଶିକ୍ଷାବିତ୍‌ଙ୍କ ମତରେ ୪ ବର୍ଷିଆ  ଯୁକ୍ତ ତିନି ପାଠ ପ୍ରଚଳନ ପିଲାଙ୍କୁ ଗବେଷଣା କ୍ଷେତ୍ରରେ ମନୋନିବେଶ କରିବାକୁ ସହାୟକ ହେବ । ଖୁବ୍ ଶୀଘ୍ର ୟୁଜିସି ଏହି ଡ୍ରାଫ୍ଟ ପଲିସିକୁ ସାର୍ବଜନୀନ କରିବାକୁ ଯାଉଛି । ଏହାପରେ ବିଭିନ୍ନ ବର୍ଗର ମତାମତ ନିଆଯାଇ ଚୂଡାନ୍ତ ନୀତି ପ୍ରସ୍ତୁତ ହୋଇ ଲାଗୁ କରାଯିବ ।

Leave A Reply

Your email address will not be published.