
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ୮ ଦିନ ଧରି ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ଯୋଗଦେଇ ଛାତ୍ରୀମାନେ ନିଜ ଶାରୀରିକ ବିକାଶ ପ୍ରତି ଧ୍ୟାନ ଦେଇ ସମାଜରେ ଦେଖା ଯାଉଥିବା ମହିଳା ଉତ୍ପୀଡନ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼. ସୁରେଶ ପ୍ରସାଦ ଷଡ଼ଙ୍ଗୀ ଯୋଗଦେଇ ଆତ୍ମରକ୍ଷା ବିଷୟରେ ଆଲୋକପାତ କରିଥିଲେ । ଇତିହାସ ବିଭାଗ ଅଧ୍ୟାପିକା ଶ୍ରୀମତୀ ମଞ୍ଜରୀ ପୋଢ଼ ଓ ଖେଳ ଶିକ୍ଷକ ଚନ୍ଦ୍ର ଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ଆକାଂକ୍ଷା ପୁରୋହିତ ମୁଖ୍ୟ ପରିଚାଳିକା ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାରଦା ଭଞ୍ଜଦେଓ ସଂଯୋଜନା କରିଥିଲେ । ଅଧ୍ୟାପକ ସନାତନ ବାଗ, ଆଶିଷ ପଣ୍ଡା, ଭାଗ୍ୟଶ୍ରୀ ତ୍ରିପାଠୀ, ରୋଜିନା ତରିଆ, ଟିକି ଦଳେଇ, ସୌଦାମିନୀ ନାୟକ, ଅନ୍ୱେଷା ପାଣିଗ୍ରାହୀ, ରୋଜିରାଣୀ ପ୍ରଧାନ, ଅଲିଭା ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।