ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ୧୬ ଦଳ ଅଂଶଗ୍ରହଣ କରୁଛନ୍ତି । ଏକ ରଙ୍ଗାରଙ୍ଗ ଉତ୍ସବରେ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଶୀତଲ ଅଗ୍ରଓ୍ବାଲ, ସମାଜସେବୀ ଗଙ୍ଗାଧର ଭଇଁସାଲ, ବରିଷ୍ଠ କ୍ରୀଡା ଶିକ୍ଷକ ସଦାନନ୍ଦ ବେହେରା, ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ ଶିବ ବାରିକ, ପଙ୍କଜ ଅଗ୍ରଓ୍ବାଲ୍ ଯୋଗ ଦେଇଥିଲେ । ପ୍ରଥମ ମ୍ୟାଚ ସାଇପଲା ଏବଂ ନୁନହାଡ ମଧ୍ୟରେ ହୋଇଥିଲା । ଏଥିରେ ସାଇପଲା ବିଜୟ ଲାଭ କରିଥିଲା । ଶେଷରେ ସୀମିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.