jittmm
sonalika

ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦ୍‌ଘାଟିତ

ଗୁଡଭେଲା, (କେପିଏନ୍‌ଏସ୍‌) : ତୁଷୁରା ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖାର ଆନୁକୂଲ୍ୟରେ ମହାବୀର ବିକଳାଙ୍ଗ ସହାୟତା ସମିତି, ରାଞ୍ଚିର ମିଳିତ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲା ତୁଷୁରା ଅଗ୍ରସେନ ଭବନଠାରେ ରବିବାର ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠର ସଂପାଦକ ଡା. ସୁରେଶ କୁମାର ସଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମାରୱାଡି ଯୁବାମଞ୍ଚର ସଂସ୍ଥାପକ ଓ ଉପାଧ୍ୟକ୍ଷା ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମଣ୍ଡଳ ଉପାଧ୍ୟକ୍ଷ ବିକାଶ କେଡିଆ ସଭାପତିତ୍ୱ କରିଥିବା ବେଳେ ଜାଗୃତି ଶାଖାର ସଭାନେତ୍ରୀ ମଞ୍ଜୁ କେଡିଆ ମଞ୍ଚାସୀନ ଥିଲେ । ମାରୱାଡି ଯୁବାମଞ୍ଚର ସଭାପତି ରୋହିତ ଅଗ୍ରୱାଲ ମଞ୍ଚ ପରିଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ୪୫ଜଣ ଭିନ୍ନକ୍ଷମ ରେଜିଷ୍ଟ୍ରେସନ କରିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକୀ ଯନ୍ତ୍ରପାତି, ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଶିବିର ସୋମବାର ପର୍ଯ୍ୟନ୍ତ ଚାଳିବ ବୋଳି ଆଯୋଜକ କମିଟି ପକ୍ଷରୁ ପ୍ରକାଶ ।

Leave A Reply

Your email address will not be published.