କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟ : ପ୍ରାକୃତିକ ଶୋଭାରେ ଉଦାହରଣ ସାଜିଛି

ପୁଇଁ‌ନ୍ତଲା, (କେପିଏନ୍‌ଏସ୍‌) : ପୁଇଁ‌ନ୍ତଲା ‌ବ୍ଲକ କୁରୁଲ ରାମଜୀ ଉଚ୍ଚ ବିଦ୍ୟାଳୟ ସବୁବେଳେ ପ୍ରାକୃତିକ ଶୋଭାରେ ଉଦାହରଣ ହୋଇ ନିଜକୁ ପ୍ରତି‌ଷ୍ଠିତ କରିପାରିଛି ଜିଲ୍ଲାରେ । ଔଷଧୀୟ ଗଛ ବୃକ୍ଷ ତଥା ମଲ୍ଲୀ, ମାଳତୀ, ଟଗର ଆଦି ଫୁଲର ସମ୍ଭାରରେ ସବୁବେଳେ ସୁଗ‌ନ୍ଧିତ ଉଚ୍ଚ ବିଦ୍ୟାଳୟର ପରିବେଶ । ଏକ ଋଷି ଆଶ୍ରମର ଅନୁଭବ ନି‌ଶ୍ଚୟ ରହିଛି ବିଦ୍ୟାଳୟରେ ବୋଲି ଛାତିରେ ହାତଦେଇ କୁହାଯାଇପାରେ । ଯିଏ ଥରେ ଯାଇଛି ଏହି ବିଦ୍ୟାଳୟକୁ, ସେ ଆନ‌ନ୍ଦିତ ହୋଇଛି ଏବଂ ସବୁଦିନ ପାଇଁ ମନେ ରଖିଛି ।

ପିଲାମାନ‌ଙ୍କ ପାଠ ପଢ଼ା ପାଇଁ ଯେଭଳି ଏହି ବିଦ୍ୟାଳୟ ସମର୍ପିତ, ଗଛଲତାର ଯ‌ତ୍ନ ନେବାରେ ବି ସେଭଳି ନି‌ଷ୍ଠାବାନ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ‌ଙ୍କ ଉ‌ଜ୍ୱଳ ଭବିଷ୍ୟତ ନିହାତି ଅନୁମେୟ । ତା ସାଂଗକୁ ପ୍ରାକୃତିକ ଶୋଭାବ‌ର୍ଦ୍ଧନରେ ବି ବିଦ୍ୟାଳୟ ଅନେକ ଗୌରବ ଅର୍ଜନ କରି ସାରିଛି । ସବୁଠାରୁ ଆକର୍ଷଣୀୟ ଏହି ବିଦ୍ୟାଳୟର ପତାକା ଉତ୍ତୋଳନ ସ୍ତମ୍ଭ । ଅପରୂପ ଶୋଭାରେ ସବୁବେଳେ ଉଜ୍ଜୀବିତ । ସତରେ ଏହି ବିଦ୍ୟାଳୟ ସମସ୍ତ ଦିଗରେ ସାରା ଜି‌ଲ୍ଲା ପାଇଁ ଆଜି ଉଦାହରଣ ପାଲଟିଛି ।

Leave A Reply

Your email address will not be published.