pr

ମା’ ସାହାଜୀ ଯୁବକ ସଂଘ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜି ଯୁବକ ସଂଘ ପକ୍ଷରୁ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମା’ ସାହାଜି ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ନେତୃତ୍ୱରେ ସମ୍ପାଦକ ହୁଲେଶ୍ୱର ହଂସ, କମଳ ଛତ୍ରିଆ, ପରମାନନ୍ଦ ଛତ୍ରିଆ, ମୀନକେତନ ସୁନା, ଜିତେନ୍ଦ୍ର ହଂସ, କିଷାନ ଛତ୍ରିଆ, ଜଗଧ୍ୟାନ ଛତ୍ରିଆ, ଖଣପତି ହଂସ, ହରିହର ବିଶି, ଯୋଗିଚନ୍ଦ୍ର ବିଶି, ପ୍ରଶାନ୍ତ ବିଶି ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ପଞ୍ଚାୟତ ମହାସଂଘ ପକ୍ଷରୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା । ସମସ୍ତଙ୍କ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇବା ପାଇଁ ସଚେତନ କରିଥିଲେ ।

nrusinghnath
Leave A Reply

Your email address will not be published.