ପୋଲିସ ଡିଜି ଅଭୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଟୀକା ନେଲେ

ଭୁବନେଶ୍ୱର : କଟକ ଇନଡୋର ଷ୍ଟାଡିୟମରେ ଆଜି ଟିକା ନେଇଛନ୍ତି ପୋଲିସ ଡିଜି ଅଭୟ । ତେବେ ଟୀକାକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ପୋଲିସ ଡିଜି । ସେହିପରି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଓ ପୋଲିସ କମିଶର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଆଜି କୋଭିଡ୍ ଟୀକା ନେଇଛନ୍ତି । ଟୀକା ନେବା ପରେ ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ପ୍ରଶାସନିକ ଅଧିକାରୀ । ଏହାଦ୍ୱାରା ଟିକା ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭୟ ଦୂର ହେବ ।

Leave A Reply

Your email address will not be published.