ପ୍ରଚଣ୍ଡ ତାତିରେ ସିଝୁଛି ସୁବର୍ଣ୍ଣପୁର : ଗାଁମାନଙ୍କରେ ପିଇବା ପାଣିର ସମସ୍ୟା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଚଣ୍ଡ ଖରାତାତିରେ ସିଝୁଛି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା । ଦିନର ତାପମାତ୍ରା ୪୫ପ୍ସ ଡିଗ୍ରୀ ଛୁଇଁଥିବା ବେଳେ ପାଣିପାଗ ବିଭାଗର ସତର୍କ ସୂଚନା ମତେ ଆଜିଠୁ ୩ ରୁ ୪ ଡିଗ୍ରୀ ତାତି ବଢିବ । ଦିନ ୧୦ଟାରୁ ଡହଡହ ଖରା ବଢୁଥିବାରୁ ରାସ୍ତାଘାଟ ଶୂନଶାନ ହୋଇ ପଡୁଥିବା ବେଳେ ଜନ ଜୀବନ ହୋଇପଡିଛି ଅସ୍ତବ୍ୟସ୍ତ । ଅପରପଟେ ଅଘୋଷିତ ବିଦ୍ୟୁତକାଟ ଲୋକଙ୍କୁ ଦହଗଞ୍ଜରେ ପକାଇ ଦେଉଥିବା ବେଳେ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳର ଗାଁମାନଙ୍କରେ ପିଇବା ପାଣି ପାଇଁ ଲୋକେ ହେଉଛନ୍ତି ଡହକବିକଳ । ଏପରି ପରିସ୍ଥିତିରେ ଗାଁ ଗାଁରେ ଥିବା ଅଚଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡିକୁ ସଚଳ କରିବା ଜରୁରୀ ହୋଇ ପଡିଥିବା ବେଳେ ପଥପ୍ରାନ୍ତରେ ଅଧିକ ଜଳଛତ୍ର ଖୋଲିବାକୁ ଜିଲ୍ଲା ପ୍ରଶାସନ ତତ୍ପର ହେବାକୁ ନେଇ ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.